ଦେଶ- ବିଦେଶ
ଚପ୍ଷ୍ଟିକ୍ରେ ଚାଉଳଦାନା ଖାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କଲେ ମହିଳା, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ ୩୦।୦୯; ଚପ୍ଷ୍ଟିକ୍ରେ ଚାଉଳଦାନା ଖାଇବା କଥା ଶୁଣି ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ବାଂଲାଦେଶର ଜଣେ ମହିଳା ଚପ୍ଷ୍ଟିକ୍ ସାହାଯ୍ୟରେ ଚାଉଳଦାନା ଖାଇ ଗିନିଜ୍ ବୁକ୍ ଅଫ୍ ୱର୍ଲଡ ରେକର୍ଡସ୍ରେ ତାଙ୍କର ନାମକୁ ସାମିଲ କରିଛନ୍ତି । ସେ ହେଲେ ସୁମୈୟା ଖାନ୍ । ସୁମୈୟା ଏକ ମିନିଟ୍ରେ ଚପ୍ଷ୍ଟିକ୍ ଦ୍ୱାରା ୩୭ଟି ଚାଉଳଦାନା ଖାଇଥିବା ସୂଚନା ମିଳିଛି ।
ଚଳିତବର୍ଷ ଫେବ୍ରୁଆରୀ ୧୭ ତାରିଖରେ ସେ ଏହି ଚାଲେଞ୍ଜିଂ କାର୍ଯ୍ୟକୁ ପୂରା କରିଥିବାବେଳେ ନିକଟରେ ଗିନିଜ୍ କର୍ତ୍ତୃପକ୍ଷ ତାର ଏକ ଭିଡିଓକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ସୁମୈୟା ଏକ ଚେୟାର ଉପରେ ବସିଛନ୍ତି ।
ତାଙ୍କ ସାମ୍ନାରେ ଟେବୁଲ ଉପରେ ଏକ ପାତ୍ରରେ କିଛି ଚାଉଳ ଦାନା ରଖାଯାଇଛି । ସେ ତାକୁ ଯଥାଶୀଘ୍ର ଚପ୍ଷ୍ଟିକ୍ ସାହାଯ୍ୟରେ ଖାଇବାକୁ ଉଦ୍ୟମ କରୁଛନ୍ତି । ଟାର୍ଗେଟ୍ ପୂରଣ ପରେ ସେ ଖୁସିରେ ନିଜର ଉପଲବ୍ଧିକୁ ପାଳନ କରୁଥିବା ଦେଖିବାକୁ ମିଳୁଛି ।