ଅପରାଧ

ଦୁଇହଜାର ନୋଟ୍‌ ଲୋଭରେ ଟଙ୍କା ବଦଳ ଘଟଣା: ଚେର ଲମ୍ବିଛି ହାଇଦ୍ରାବାଦ, ଭିଡିଓ ପଠାଇ ଫସାଉଥିଲେ – Kalinga News

[ad_1]

କାର୍ପଟଦାର କନେଷ୍ଟବଳ ନାଁରେ ଦୁଇ ମାମଲାରେ ଚାର୍ଜସିଟ୍‌

ପାରଳାଖେମୁଣ୍ଡି: ବଜାରରୁ ପ୍ରତ୍ୟାହାର ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ନାଁରେ ଲୁଟ୍‌ ପାଇଁ ହ୍ବାଟସ୍‌ଆପ୍‌ ଭିଡିଓ ପ୍ରସ୍ତୁତ ହେଉଥିଲା। ଏହି ଭିଡିଓ ମାଧ୍ୟମରେ ଚାଲୁଥିଲା କାରବାର। ଏଥିପାଇଁ ଲୁଟେରା ଗୋଷ୍ଠୀ କଳାଟଙ୍କାକୁ ଧଳା କରିବା ବାହାନାରେ ଅଭିନବ ଉପାୟରେ ଲୁଟ୍‌ ପାଇଁ ବିଶାଳ ରାକେଟ୍‌ ଗଠନ କରିଛନ୍ତି। ରୢାକେଟ୍‌ର ଚେର ପାରଳାଖେମୁଣ୍ଡିରୁ ହାଇଦ୍ରାବାଦ ଯାଏ ଲମ୍ବିଛି ବୋଲି ପୁଲିସ କହିଛି। ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବେଳର ଭିଡିଓ ଦେଖାଇ ଦୁଇଗୁଣା ଲାଭର ଲୋଭରୁ କିଛି ବ୍ୟବସାୟୀଙ୍କୁ ହ୍ବାଟସ୍‌ଆପ୍‌ ଯୋଗେ ନିଜ ଫାଶରେ ପକାଉଥିଲେ। ହେଲେ ପ୍ରକୃତରେ ଏହି ରୢାକେଟ୍‌ ଟଙ୍କା ଅଦଳବଦଳ ପାଇଁ ନୁହେଁ, ଫାଶରେ ପକାଇଥିବା ବ୍ୟକ୍ତିଙ୍କ ଠାରୁ କିଭଳି ବଡ଼ ରକମ ଲୁଟ୍‌ କରାଯିବ‌‌ ତା’ର ଯୋଜନା ତିଆରି କରୁଥିଲେ। ଗଜପତି ପୁଲିସର କନେଷ୍ଟବଳ ତନୁଜ ସାବତ ଥିଲା ଏହି ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍‌। ସେ ପୂର୍ବରୁ ପତ୍ନୀ ନିର୍ଯାତନା ମାମଲା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇ ପରେ ଜାମିନରେ ଆସିଥିଲା। ଏହାପରେ ପୁଣି ନିଲମ୍ବନ ଉଠାଇ ତାକୁ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା। ଗତକାଲି ପାରଳାଖେମୁଣ୍ଡି ଠାରେ ଧରାପଡ଼ିଥିବା ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ଲୋଭରେ ୩୦ ଲକ୍ଷ ଟଙ୍କା ନେଇ ଆସିଥିବା ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କ ଠାରୁ ଅଭିନବ ଲୁଟ୍‌ ଉଦ୍ୟମ ଘଟଣାରୁ ଏହି ରୢାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି।

ଗିରଫ ଓ ଫେରାର ଅଭିଯୁକ୍ତମାନେ ଗତକିଛି ଦିନ ହେଲା ଯୋଜନା ପ୍ରସ୍ତୁତ କରି କିଛି ବ୍ୟକ୍ତିଙ୍କୁ ଏଭଳି ଫାଶରେ ପକାଇଛନ୍ତି। ଗତ ତିନିମାସ ହେଲା ଅଭିଯୋଗକାରୀ ଟି.ନାଗା ରବୀନ୍ଦ୍ରନାଥଙ୍କୁ ୩୦ ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ ବଦଳରେ ୬୦ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ଦେବାକୁ ଭିଡିଓବାର୍ତ୍ତା ପଠାଇଥିଲେ। ଭିଡିଓ ବାର୍ତ୍ତାଳାପ ପରେ ରବୀନ୍ଦ୍ର ଗତ ୨୫ରେ ପାରଳାରେ ପହଞ୍ଚିବା ପରେ ଏହି କାରବାର ଯେଭଳି ସମସ୍ତଙ୍କ ନଜର ଆଢ଼ୁଆଳରେ ହେବ, କେହି କାଳେ ଦେଖିଦେବେ ସେହି ଭୟ ଦେଖାଇ ଏକ ନିକାଞ୍ଚନ ଜାଗାକୁ ଡାକି ନେଇଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ। ହେଲେ ସ୍ଥାନୀୟ ଯୁବକଙ୍କ ହାତରେ ରୢାକେଟ୍‌ର ଦୁଇଜଣ ଧରାପଡ଼ିବା ପରେ ଏହି ଲୁଟ୍‌ ଯୋଜନା ବିଫଳ ହୋଇଥିଲା। ହେଲେ ପୁଲିସରେ ଖବର ନପହଞ୍ଚୁଣୁ ସିନେମା ଷ୍ଟାଇଲ୍‌ରେ ପହଞ୍ଚିଥିଲେ ଅଭିଯୁକ୍ତ କନେଷ୍ଟବଳ ତନୁଜ। ଘଟଣାସ୍ଥଳରୁ ତୁରନ୍ତ ଅଭିଯୋଗକାରୀଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଭିଡିଓ ବାର୍ତ୍ତାଳାପରୁ ସେ ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ଧରା ପଡ଼ିଯିବା ଭୟରେ କନେଷ୍ଟବଳ ତନୁଜ ଅଭିଯୋଗକାରୀଙ୍କ ମୋବାଇଲ୍‌ ଫୋନ୍‌ ନେଇ ଚମ୍ପଟ ମାରିଥିଲେ। ଏଥିରୁ କନେଷ୍ଟବଳ ତନୁଜର ସଂପୃକ୍ତିର ପ୍ରମାଣ ମିଳିଥିଲା ଓ ତୁରନ୍ତ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୂର୍ବରୁ ଗିରଫ କନେଷ୍ଟବଳ ତନୁଜ ନାଁରେ ପାରିବାରିକ ହିଂସା ମାମଲାରେ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ୍‌ ହୋଇଥିବା ପୁଲିସ ସୂଚନା ଦେଇଛି।

ତେବେ ଏହି ମାମଲାରେ ଆଉ ୩ରୁ ୪ ଜଣ ସଂପୃକ୍ତ ଥିବା ପୁଲିସ କହିଛି। ଏବେ ଏହି ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ବେଳେ ସେମାନଙ୍କୁ ଧରିପାରି ନାହିଁ। ଫେରାର ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରକୃତରେ କିଭଳି ଏହି ଡିଲ୍‌ ହେଉଥିଲା ଓ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବକ ଏହି ରୢାକେଟ କେବଳ ବିଶାଖାପାଟଣା ନୁହେଁ, ହାଇଦ୍ରାବାଦରୁ କାର୍ଯ୍ୟକାରୀ ହେଉଥିବା ଅନୁମାନ କରାଯାଉଛି। ଏଭଳି ଘଟଣା କେବେ ଠାରୁ ଜାରି ରହିଛି ଓ ଅଭିଯୁକ୍ତଙ୍କୁ କେଉଁମାନେ ସହଯୋଗ କରୁଛନ୍ତି ତାକୁ ଖୋଜିବା ଆରମ୍ଭ କରିଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button