ରାଜନୀତି

ରାଜ୍ୟସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ – Kalinga News

[ad_1]

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ରେଳମନ୍ତ୍ରୀ ନାଁରେ ମୋହର ମାରିଛି। ଭାରତୀୟ ଜନତା ପାର୍ଟି ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି। ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍‌ଣରେ ନାମାଙ୍କନ ଦାଖଲ କରିବେ। ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟସୂଚୀ ରହିଛି।

୨୦୧୯ ରାଜ୍ୟସଭା ନିର୍ବାଚନ ଭଳି ୨୦୨୪ରେ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କ ପୁନରାବୃତ୍ତି ହୋଇଛି। ବିଜୁ ଜନତା ଦଳ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି। ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅଶ୍ୱିନୀ ବୈଷ୍ଣଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ସମର୍ଥନ କରିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ରେଳବାଇ ଏବଂ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥକୁ ଦେଖି ଏହି ସମର୍ଥନ ଦିଆଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟସଭା ପାଇଁ ଓଡ଼ିଶାରୁ ଖାଲି ପଡ଼ୁଥିବା ୩ଟି ଆସନ ପାଇଁ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଂଟିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ପ୍ରାର୍ଥୀଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ। ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଂଟିଆ ନାମାଙ୍କନ ଦାଖଲ କରି ସାରିଛନ୍ତି। ଅଶ୍ବିନୀ ବୈଷ୍ଣବ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିବେ।

ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ସମର୍ଥନ ନେଇ ରାଜ୍ୟ ବିଜେପି ସଭାପତି ମନମୋନ ସାମିଲ କହିଛନ୍ତି- ବିଜେପି କାହାକୁ ସମର୍ଥନ ମାଗି ନାହିଁ। ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଇଛୁ। ସେପଟେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଘୋଷଣାକୁ କଟାକ୍ଷ କରିଛି କଂଗ୍ରେସ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ସୋସିଆଲ ମିଡ଼ିଆରେ ମତ ଦେଇ ଲେଖିଛନ୍ତି- ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଓଡିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button