ମନୋରଞ୍ଜନ

ସ୍ବାସ୍ଥ୍ୟ ପାଇଁ ଉପକାରୀ ପ୍ରେମ – Kalinga News

[ad_1]

ଆଜି ହେଉଛି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରଣୟ ଦିବସ। ପ୍ରେମୀଯୁଗଳମାନେ ପ୍ରେମ ବନ୍ଧନରେ ବାନ୍ଧିହେବାର କି ସାମାଜିକ ପ୍ରଭାବ ରହିଛି, ତାହା ଭିନ୍ନ କଥା; ତେବେ ଏହାଦ୍ବାରା ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ନାନା ସକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଗବେଷକମାନେ ବିଭିନ୍ନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ପ୍ରେମ ଓ ଭଲ ସ୍ବାସ୍ଥ୍ୟ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଜାଣିବା…

ପ୍ରତିବଦ୍ଧ ଭାବେ ସମ୍ପର୍କ ବଜାୟ ରଖିଲେ ଶରୀରରୁ କମ୍‌ ପରିମାଣର ମାନସିକ ଚାପ ଉଦ୍ରେକକାରୀ ‘କୋର୍ଟିସଲ୍‌’ ନାମକ ହର୍ମୋନ୍‌ କ୍ଷରଣ ହୋଇଥାଏ। ସୁତରାଂ ପରସ୍ପର ପ୍ରତି ପ୍ରେମରେ ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିବା ପ୍ରେମୀଯୁଗଳଙ୍କ ଉପରେ ଖୁବ୍‌ କମ୍‌ ମାନସିକ ଚାପ ପଡ଼ିଥାଏ।

ଏହା ପ୍ରମାଣିତ ଯେ ଏକାଠି ରହୁଥିବା ଦମ୍ପତିମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଖୁସି ରହିଥା’ନ୍ତି। ଦିନର ବ୍ୟସ୍ତତା ଭିତରେ ‘ଜଣେ ମୋତେ ଭଲପାଏ ଏବଂ ସମର୍ଥନ କରେ’ ବୋଲି ଭାବିବା ଦ୍ବାରା ସଂପୃକ୍ତ ସାଥୀ ପାଖରେ ନଥିଲେ ବି ତାହା ମାନସିକ ସ୍ବାସ୍ଥ୍ୟକୁ ଉତ୍ତମ ରଖିଥାଏ।

ସେହିପରି କୌଣସି ରୋଗର ଚିକିତ୍ସା ବେଳେ କେହି ଜଣେ ପାଖରେ ଥାଇ ଔଷଧ ଖାଇବା ପାଇଁ ମନେ ପକାଇ ଦେଉଥିଲେ ଯନ୍ତ୍ରଣା କମ୍‌ ହୋଇଥାଏ।

ବ୍ୟସ୍ତତା ଭିତରେ ‘ଜଣେ ମୋତେ ଭଲପାଏ ଏବଂ ସମର୍ଥନ କରେ’ ବୋଲି ଭାବିବା ଦ୍ବାରା ସଂପୃକ୍ତ ସାଥୀ ପାଖରେ ନଥିଲେ ବି ତାହା ମାନସିକ ସ୍ବାସ୍ଥ୍ୟକୁ ଉତ୍ତମ ରଖିଥାଏ

ଏକ ଅନୁଧ୍ୟାନ ଅନୁଯାୟୀ, ଦୀର୍ଘ ଦିନ ଧରି ଏକାଠି ରହୁଥିବା ସାଥୀଙ୍କର କୌଣସି ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହେଲେ ଏକଲା ରହୁଥିବା ଅନ୍ୟ ପୀଡ଼ିତଙ୍କ ତୁଳନାରେ ତିନିଗୁଣା ଅଧିକ ବେଗରେ ଉପଶମ ହୋଇଥାଏ। ସେହିପରି ଦୀର୍ଘକାଳୀନ ସାଥୀମାନେ ଅସ୍ତ୍ରୋପଚାର ପାଇଁ କମ୍‌ ଚିନ୍ତିତ ହୁଅନ୍ତି ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଯନ୍ତ୍ରଣାକୁ ସହିଯିବାକୁ ମନ ଦୃଢ଼ କରିଥା’ନ୍ତି। ସାମାନ୍ୟ ମାନସିକ ସମର୍ଥନ ମିଳିଲେ ତାହା ଦ୍ରୁତ ଆରୋଗ୍ୟଲାଭ କରାଇଥାଏ।

ସୁସ୍ଥ ସମ୍ପର୍କ ଜଣକୁ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରିଥାଏ। କାରଣ ଜୀବନସାଥୀ ହୁଅନ୍ତୁ ବା ଅନ୍ତରଙ୍ଗ ବନ୍ଧୁ ହୁଅନ୍ତୁ, ସେମାନେ ସର୍ବଦା ଉତ୍ତମ କଥା ପରାମର୍ଶ କରିଥା’ନ୍ତି ଏବଂ ସେସବୁ ପାଳନ କରିବା ଜଣକ ପକ୍ଷେ ମଙ୍ଗଳକର ହୋଇଥାଏ।

ସୁସ୍ଥ ସମ୍ପର୍କ ଜଣକୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରଖିବା ସହ ଦୀର୍ଘଜୀବୀ କରାଇଥାଏ ବୋଲି ମଧ୍ୟ ଗବେଷଣାରୁ ଜଣାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button