ରାଜନୀତି

ବିଜେପୁର‌: ପୁଅ ସୌରଭ ନୁହନ୍ତି, ରୀତା ହେବେ ପ୍ରାର୍ଥୀ – Kalinga News

[ad_1]

ରିପୁନାଥଙ୍କ ବଦଳରେ ପ୍ରାର୍ଥୀ ହେବେ ପୁଅ!

ବରଗଡ଼: ରାଜ୍ୟରେ ଉପନିର୍ବାଚନକୁ ନେଇ ଚର୍ଚ୍ଚିତ ବରଗଡ଼ର ବିଜେପୁର ନିର୍ବାଚନମଣ୍ଡଳୀରୁ ଏଥରକ କେଉଁଦଳରୁ କିଏ ପ୍ରାର୍ଥୀ ହେବେ? ପୁରୁଣା ନେତା ଛିଡ଼ାହେବେ ନା ନବାଗତ ସୁଯୋଗ ପାଇବେ? ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଠ‌ାରେ ଏବେ ଏହିଭଳି ଚର୍ଚ୍ଚା ଜୋର୍‌ ଧରିଛି। ଏହିଭଳି ଚର୍ଚ୍ଚା ଭିତରେ ମନ୍ତ୍ରୀ ରୀତା ସାହୁ ଏବଂ କଂଗ୍ରେସର ବରିଷ୍ଠ ନେତା ରିପୁନାଥ ସେଠଙ୍କ ପ୍ରାର୍ଥିତ୍ବ ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ୨୦୧୮ ମସିହାରେ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିଲେ ତାଙ୍କ ଧର୍ମପତ୍ନୀ ରୀତା ସାହୁ। ରୀତା କଂଗ୍ରେସ ନୁହେଁ, ବିଜେଡିରୁ ପ୍ରାର୍ଥୀହୋଇ ବି‌ଜୟୀ ହୋଇଥିଲେ। ୨୦୧୯ ମସିହା ନିର୍ବାଚନରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହିତ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ତେବେ, ପରବର୍ତ୍ତୀ ସମୟରେ ସେ ହିଞ୍ଜିଳି ନିର୍ବାଚନମଣ୍ଡଳୀକୁ ହାତରେ ରଖି ଏଠାରୁ ଇସ୍ତଫା ଦେଇଥିଲେ। ଫଳରେ, କମ୍‌ଦିନ ବ୍ୟବଧାନ ମଧ୍ୟରେ ଅନୁଷ୍ଠିତ ଆଉ ଏକ ଉପନିର୍ବାଚନରେ ରୀତା ସାହୁ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ରୀତା ଏବେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ। ତେବେ, ନିର୍ବାଚନମଣ୍ଡଳୀର ସବୁ ରାଜନୈତିକ କାର୍ଯ୍ୟକ୍ରମ ବୁଝୁଛନ୍ତି ତାଙ୍କ ପୁଅ ସୌରଭ ସାହୁ।

ପ୍ରଶ୍ନଉଠୁଛି, ଚଳିତ ନିର୍ବାଚନରେ ରୀତା ପୁଣିଥରେ ପ୍ରତିଦ୍ବନ୍ଦ୍ବିତା କରିବେ ନା ପୁଅ ସୌରଭଙ୍କୁ ଆଗକୁ ବାଟ ଛାଡ଼ିବେ? ଏବେ ରାଜନୈତିକ ମହଲରେ ଏହିଭଳି ଆଲୋଚନା ଚାଲିଥିବା ବେଳେ ଏଥିତିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଭୟ ରୀତା ଓ ସୌରଭ। ଏଥରକ ବି ନିଜେ ଛାଡ଼ିହେବେ ବୋଲି ରୀତା କହିଛନ୍ତି। ସେହିପରି, ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସେ ଏଯାଏ କୌଣସି ଯୋଜନା କରିନଥିବା ନିଜେ ସୌରଭ ମତ ଦେଇଛନ୍ତି। ବାପା ସୁବଳ ସାହୁଙ୍କ ପରଲୋକ ପରେ ହିଁ ସୌରଭ ରାଜନୀତିକୁ ଆସିଥିଲେ। ପୂର୍ବରୁ ରାଜନୀତିରେ ତାଙ୍କର ସେତେଟା ଅଭିଜ୍ଞତା ନଥିଲା। ଏବେ କିନ୍ତୁ ସେ ବିଜେଡିରେ ବେଶ୍‌ ସକ୍ରିୟ ରହିଛନ୍ତି। ସେହିପରି, କଂଗ୍ରେସ ଦଳରେ ରିପୁନାଥ ସେଠଙ୍କ ପୁଅ ଅଭିଷେକ ସେଠ ଏବେ ସକ୍ରିୟ ଅଛନ୍ତି। ସେ ନିଜେ କଂଗ୍ରେସ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଛାତ୍ର ରାଜନୀତିରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିଷେକ ବିଜେପୁରରେ ୨୦୧୯ ମସିହାରୁ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଥିଲେ। ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ବି ତୁଲାଇଥିଲେ। ଏଥର ସେ କଂଗ୍ରେସରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଅପରପଟେ ବିଜେପିର ପୁରୁଣା ନେତା ତଥା ବିଗତ ନିର୍ବାଚନରେ ଏକାଧିକଥର ଛିଡ଼ା ହୋଇଥିବା ବରିଷ୍ଠ ନେତା ସନତ ଗଡ଼ତିଆ ଏଥର ମଧ୍ୟ ଆଶାୟୀ ଅଛନ୍ତି। ଆହୁରି ମଧ୍ୟ ତିନି ପ୍ରମୁଖ ଦଳ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ମୋଟାମୋଟି ଭାବେ ବିଜେପୁର ନିର୍ବାଚନମଣ୍ଡଳୀରେ ଏଥର ପ୍ରାର୍ଥୀ କିଏ ହେବେ, ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button