ରାଜନୀତି

ଏଠି ଠିକାରେ ସରକାର ଚାଲିଛି: ଶିବରାଜ – Kalinga News

[ad_1]

‘୨୧ ଏମ୍‌ପି ସିଟ୍ ଜିତିବୁ; ଓଡ଼ିଶାରେ ବି ସରକାର ଗଢ଼ିବୁ’

ଜଗତସିଂହପୁର: ନବୀନ ବାବୁ ଶାସନ ଗାଦିରେ ଥିବା ପର୍ଯ୍ୟନ୍ତ ଓଡ଼ିଶା ଆଗକୁ ଯାଇପାରିବ ନାହିଁ। ଏ ସରକାର ଠିକାରେ ଚାଲିଛି। କିଛି ଭ୍ରଷ୍ଟାଚାରୀ ଅଫିସର ସରକାରକୁ ଚଳାଇଛନ୍ତି। ନବୀନ ବାବୁ କିଛି ଜାଣୁ ନାହାନ୍ତି କି ଦେଖୁ ନାହାନ୍ତି। ଓଡ଼ିଶାର ଜନତା ପରିବର୍ତ୍ତନ ଚାହିଁଲେଣି। ଜଗତସିଂହପୁର ସଂସଦୀୟ କ୍ଷେତ୍ର ନେତା ଓ କର୍ମୀ ସମାବେଶରେ ଯୋଗ ଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ବାନ।

ଜଗତସିଂହପୁର ଡାକବଙ୍ଗଳା ଛକ ପଡିଆରେ ଆୟୋଜିତ ସମାବେଶରେ ଶ୍ରୀ ଚୌହ୍ବାନ କହିଛନ୍ତି ଯେ ଏଠି ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ, ପାଇଖାନା ପାଇଁ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନିଆଯାଉଛି। ଯେଉଁଠି ପାଇଖାନା ପାଇଁ ଲାଞ୍ଚ ନିଆଯାଉଛି ସେଠି ବିକାଶ କିଭଳି ସମ୍ଭବ ହେବ? ଏଠି ମହିଳାମାନେ ବି ଅସୁରକ୍ଷିତ। ମହିଳା ବିରୋଧୀ ରାଜ୍ୟ ଭାବେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେଉଛି। ମହିଳାଙ୍କୁ ଅସମ୍ମାନ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା। ଏଠି ମଧ୍ୟ ମହିଳାଙ୍କ ଅସମ୍ମାନ ପାଇଁ ସରକାରର ପତନ ଘଟିବ। ଗରିବ କଲ୍ୟାଣ ଯୋଜନାରେ ଚାଉଳ ଦେଉଛନ୍ତି ମୋଦି ସରକାର। କିନ୍ତୁ ନବୀନ ବ୍ୟାଗ୍ ଦେଇ ନିଜର ଫଟୋ ଲଗାଇ ବ୍ରାଣ୍ଡିଂ କରୁଛନ୍ତି। ବିଗତ ୯ ବର୍ଷରେ ଓଡ଼ିଶାକୁ ମୋଦି ସରକାର ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ସଡ଼କ, ବିଜୁଳି, ପାଣି, ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେଉଛି। କିନ୍ତୁ ନବୀନ ନିଜର ବ୍ରାଣ୍ଡିଂ କରୁଛନ୍ତି। ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଧାରା-୩୭୦ ଉଚ୍ଛେଦ କରାଗଲା, ଭବ୍ୟ ରାମ ମନ୍ଦିରରେ ରାମଲାଲା ପୂଜା ପାଇଲେ, ଅର୍ଥନୀତିରେ ଭାରତ ଏବେ ବିଶ୍ବର ୫ ନମ୍ବର ଦେଶ, ଆଗକୁ ୩ ନମ୍ବର ଦେଶ ହେବ। ଓଡ଼ିଶାରେ ବିଜେପି ସରକାର ଆସିଲେ ଡବଲ୍ ଇଞ୍ଜିନରେ ଏକ ନମ୍ବର ରାଜ୍ୟରେ ପରିଣତ ହୋଇପାରିବ। ଜଗତସିଂହପୁର ଜିଲ୍ଲାର ପାରାଦୀପ ଠାରେ ତୈଳ ବିଶୋଧନାଗାର ପ୍ରତିଷ୍ଠା କରାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଗତିର ଯେଉଁ ମୂଳଦୁଆ ପକାଇଥିଲେ ତାହା ଆଗକୁ ତ୍ବରାନ୍ବିତ ହେବ।

ଆଜିଠୁ ନିର୍ବାଚନୀ ବିଗୁଲ ବାଜିଲା ବୋଲି ଶ୍ରୀ ଚୌହ୍ବାନ କହିବା ସହ ଜଗତସିଂହପୁର ସମେତ ୨୧ଟି ଲୋକସଭା ଆସନରେ ବିଜେପି ବିଜୟୀ ହେବା ସହ ଓଡ଼ିଶାରେ ବି ସରକାର ଗଠନ କରିବ ବୋଲି କହିଥିଲେ। ମଧ୍ୟାହ୍ନ ଭୋଜନ ପରେ ଶ୍ରୀ ଚୌହ୍ବାନଙ୍କୁ ତରିକୁନ୍ଦ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଅଣାଯାଇଥିଲା। ଏଥିରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ, ଉପସଭାପତି ସୌଭାଗ୍ୟ ସ୍ବାଇଁ, ପୌରଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ ଓ ନଗର ଉପସଭାପତି ରାଜନାରାୟଣ ସାହୁ ନେତୃତ୍ବ ନେଇଥିଲେ। ରାଜ୍ୟ ଅନୁସୂଚିତ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଲୋକସଭା ପ୍ରଭାରୀ ପବିତ୍ର ଦାସ, ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ପାରାଦୀପ ନେତା ସମ୍ପଦ ସ୍ବାଇଁ, ବାଇଧର ମଲ୍ଲିକ, ଛବି ମଲ୍ଲିକ, ସମ୍ପଦ ସ୍ବାଇଁ, ରାଜକିଶୋର ବେହେରା, ସଞ୍ଜୟ ମହାନ୍ତି, ପ୍ରତାପ ମହାନ୍ତି, ଶିବବ୍ରତ ଦାସ, ଉପେନ୍ଦ୍ର ବିଶ୍ବାଳ, ଡାକ୍ତର ଶଶାଙ୍କ ଶେଖର ସାହାଣୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ବିଜେପି ନେତା ସତ୍ୟସାରଥି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ର କ୍ରିଷ୍ଣା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button