ଅପରାଧ

ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ ପଞ୍ଝାରେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ – Kalinga News

[ad_1]

୩ ଗିରଫ, ୩୦ଲକ୍ଷର ଗଞ୍ଜେଇ ଓ ଦୁଇ ଗାଡ଼ି ଜବତ, ଦାମୀ ଗାଡ଼ିରେ କରୁଥିଲେ ଚାଲାଣ

ଭୁବନେଶ୍ବର: ଆଜି କମିସନରେଟ୍‌ ପୁଲିସର ସ୍ପେସାଲ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ଏକ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ସୋନାରୀ ଅଞ୍ଚଳର ରାଜେଶ ଦାସ(୩୪), ରବିଶଙ୍କର ଦାସ(୪୧) ଓ ଲ କିଶୋର ପ୍ରସାଦ ସହଦେବ। ପୁଲିସ ସେମାନଙ୍କଠାରୁ ୩୦୦କେଜି ଗଞ୍ଜେଇ, ନଗଦ ୧୪ହଜାର ଟଙ୍କା, ଦୁଇଟି ଦାମୀ କାର୍‌ ଓ ମୋବାଇଲ୍‌ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାତେଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୩ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା ଚାଲିଛି। ଏନେଇ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନରେ ସଞ୍ଜୀବ ପଣ୍ଡା ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ସେହିପରି ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂ ମଧ୍ୟ ଉପସ୍ଥିତ ରହି ଅପରେସନ ସମ୍ପର୍କରେ ତଥ୍ୟ ରଖିଥିଲେ।

ଧରିବା ପାଇଁ ୧୦ ଦିନର କସରତ
ଏହି ଗ୍ୟାଙ୍ଗକୁ ଠାବ କରିବା ପାଇଁ କମିସନରେଟ୍‌ ପୁଲିସକୁ ୧୦ଦିନ କସରତ କରିବାକୁ ପଡ଼ିଥିଲା। କିଛିଦିନ ତଳେ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ ଏଡିସିପି ସଞ୍ଜୀବ ଶତପଥୀ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ଏକ ଝାଡ଼ଖଣ୍ଡୀ ନିଶାମାଫିଆ ଗ୍ୟାଙ୍ଗ ବିଭିନ୍ନ ସମୟରେ ରାଜଧାନୀ ଦେଇ ଗଞ୍ଜେଇ ଚାଲାଣ କରୁଛି। ଗ୍ୟାଙ୍ଗ ବିଶେଷକରି ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଗ‌ଞ୍ଜେଇ ଚାଷୀଙ୍କ ଠାରୁ ଗଞ୍ଜେଇ ଆଣି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପଠାଉଛି। ଚାଷୀଙ୍କ ଠାରୁ କିଲୋ ପିଛ‌ା ୧୦ହଜାର ଦେଇ ଆଣୁଥିବା ବେଳେ କୋଲକାତା ଓ ଝାଡ଼ଖଣ୍ଡରେ ଏହାକୁ ୨୫ରୁ ୩୫ହଜାର ଟଙ୍କାରେ ବିକ୍ରି କରୁଛି। ଏହାପରେ ଏଡିସିପି ଶ୍ରୀ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଗତ ୧୦ଦିନ ହେବ ସେମାନେ ଗଞ୍ଜେଇ ପାଇଁ ଯାଇଥିବା ବେଳେ ଫେରିବାରେ ବିଳମ୍ବ ଯୋଗୁଁ ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା‌ ଯେ, ମାଓବାଦୀ ସକ୍ରିୟ ଯୋଗୁଁ ମୁଖ୍ୟ ରାସ୍ତାଗୁଡ଼ିରେ ବ୍ଲକିଂ ଚେକିଂ ଜୋରଦାର କରାଯାଉଥିବାରୁ ସେମାନେ ଅନ୍ୟ ରାସ୍ତା ଦେଇ ଆସୁଛନ୍ତି। ରବିବାର ପାଖାପାଖି ସାଢ଼େ ୧୨ଟା ସମୟରେ ଏସ୍‌ସିୟୁର ଏକ ଟିମ୍‌ ପିତାପଲ୍ଲୀ ପାଖରେ ଚେକିଂ ବେଳେ ଏହି ଦୁଇଟି ଗାଡ଼ି ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ଉଦ୍ୟମ କରିଥିଲେ। କିଛିବାଟ ପିଛା କରିବା ପରେ ପୁଲିସ ଟିମ୍‌ ପ୍ରଥମେ ଦାମୀ ଗାଡ଼ିକୁ କାବୁ କରିଥିଲା। ହେଲେ ସେଥିରେ ବେଶୀ ପରିମାଣର ଗଞ୍ଜେଇ ନଥିଲା। ପଚରା ଉଚରା ପରେ ଆଗରେ ଆଉ ଏକ ଗାଡ଼ି ଯାଉଛି ବୋଲି ସେମାନେ କହିଥିଲେ। ପୁଲିସ ସେମାନଙ୍କୁ ସାଙ୍ଗରେ ନେଇ ପାଖାପାଖି ୨୦କିମି ଗୋଡ଼ାଇବା ପରେ ପାହାଳ ନିକଟରେ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଥିଲା। ପୁଲିସ ଦୁଇଟି ଗାଡ଼ି ସହ ଗଞ୍ଜେଇକୁ ଜବତ କରି ଥାନାକୁ ନେଇଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗ୍ୟାଙ୍ଗରେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଜାଲ ବିଛାଇଛି।

୩ ଗିରଫ, ୩୦ଲକ୍ଷର ଗଞ୍ଜେଇ ଓ ଦୁଇ ଗାଡ଼ି ଜବତ
ଦାମୀ ଗାଡ଼ିରେ କରୁଥିଲେ ଚାଲାଣ
୩ଦିନିଆ ରିମାଣ୍ଡ ପାଇଁ ଆବେଦନ

ତଦନ୍ତ ବେଳେ ଜଣାପଡ଼ିଛି, ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ରବିଶଙ୍କରକୁ ଗଞ୍ଜେଇ ଚାଲାଣ ମାମଲାରେ ପୂର୍ବରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ଜାମିନରେ ଆସିବା ପରେ ପୁଣି ନିଶା କାରବାର ଆରମ୍ଭ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କ ନିଶା କାରବାରର ଇତିହାସ ଜାଣିବା ପାଇଁ ପୁଲିସ ତନାଘନା ଚଳାଇଛି। ଏଥିପାଇଁ କମିସନରେଟ୍‌ ପୁଲିସ ଝାଡ଼ଖଣ୍ଡ ପୁଲିସ ସହ ଯୋଗାଯୋଗ କରିଛି। ମାଲ୍‌କାନଗିରିରୁ ଏହି ଗଞ୍ଜେଇ ମଗାଇବା ପାଇଁ ନିଶାମାଫିଆ ଏକ ବ୍ଲୁ-ପ୍ରିଣ୍ଟ କରିଥିଲେ। କଡ଼ା କଟକଣା ସତ୍ତ୍ବେ ଗଞ୍ଜେଇ କିଭଳି ଠିକଣା ଯାଗାରେ ପହଞ୍ଚିବ, ସେଥିପାଇଁ ସେମାନଙ୍କର ସ୍ବତନ୍ତ୍ର ନେଟ୍‌ୱର୍କ ରହିଛି। ଯେଭଳି ପୁଲିସ କି ସାଧାରଣଲୋକ ସ‌ନ୍ଦେହ ନକରିବେ, ସେଥିପାଇଁ ସେମାନେ ଗଞ୍ଜେଇ ଚାଲାଣ ପାଇଁ ନିଜର ଦାମୀ ଗାଡ଼ିକୁ ବ୍ୟବହାର କରୁଥିଲେ। ଗାଡ଼ିଗୁଡ଼ିକରେ ସିକ୍ରେଟ୍‌ ଚାମ୍ବର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରୁଥିଲେ। ସନ୍ଦେହ ନ ହେବା ପାଇଁ ପ୍ରତି ରାଜ୍ୟ ଓ ଜିଲ୍ଲା ଅନୁସାରେ ନମ୍ବର ପ୍ଲେଟ ବଦଳାଉଥିଲେ।

ରାଜନୈତିକ ଲିଙ୍କ୍‌
ଏହି ଗ୍ୟାଙ୍ଗ ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ନେତାଙ୍କ ସମ୍ପର୍କ ଥିବା ଜଣାପଡ଼ିଛି। ସେଠାକାର ଜଣେ ପ୍ରତିଷ୍ଠିତ ନେତାଙ୍କ ପୁଅ ସହ ରବିଶଙ୍କରର ଭଲ ସମ୍ପର୍କ। ସେ ତାକୁ ବିଭିନ୍ନ ସମୟରେ ସହଯୋଗ କରୁଥିଲେ। ତାଙ୍କ ସମର୍ଥନ ଯୋଗୁଁ ରବି ନିଜର ଦବ୍‌ଦବା ଜାହିର କରୁଥିଲା। ଘଟଣା ପଦାକୁ ଆସିବା ପରେ ନେତା କିଏ? କାହାର ପୁଅଙ୍କ ସହ ରବିର ସମ୍ପର୍କ ଥିଲା? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button