ଖେଳ ଖବର

ଫିଡେ କ୍ୟାଣ୍ଡିଡେଟ୍ସ: ପ୍ରଜ୍ଞାନନ୍ଦା, ହମ୍ପିଙ୍କ ଉପରେ ଭାରତର ଭରସା – Kalinga News

[ad_1]

ନୂଆଦିଲ୍ଲୀ: କାନାଡ଼ାର ‌ଟରଣ୍ଟୋରେ ବୁଧବାରଠାରୁ ଆରମ୍ଭ ହେଉଛି ମର୍ଯ୍ୟାଦାଜନକ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ୍‌। ପୁରୁଷ ବର୍ଗରେ ମୋଟ ୮ ଜଣ ଭାଗ ନେଉଥିବାବେଳେ ଭାରତରୁ ୩ ଗ୍ରାଣ୍ଡମାଷ୍ଟର୍‌ ଆର୍ ପ୍ରଜ୍ଞାନନ୍ଦା, ଡି ଗୁକେଶ ଏବଂ ବିଦିତ ଗୁଜରାଟୀ ପ୍ରତିନିଧିତ୍ବ କରିବା ସବୁଠାରୁ ଉଲ୍ଲେଖନୀୟ। ଭାରତ ଏବେ ଚେସ୍ ଦୁନିଆରେ ନୂଆ ରୁଷିଆ ଭାବେ ଉଭା ହୋଇଛି। ଆଗରୁ ରୁଷିଆ ପ୍ରାଧାନ୍ୟ ବିସ୍ତାର କରୁଥିବାବେଳେ ଏବେ ଭାରତ ଏଭଳି କରି ଦେଖାଇଛି। ଫଳରେ ଦୀର୍ଘ ୩୫ ବର୍ଷ ପରେ ଭାରତର ୩ ଜଣ ଖେଳାଳି ଏହି ପ୍ରତ‌ିଯୋଗିତାରେ ପ୍ରତିନିଧିତ୍ବ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୮ ବର୍ଷୀୟ ପ୍ରଜ୍ଞାନନ୍ଦା ନିର୍ଭୟ ଓ ମନସ୍ତାତ୍ତ୍ବିକ ଦୃଢ଼ତାର ସହ ଖେଳୁଥିବାରୁ ତାଙ୍କୁ ମଧ୍ୟ ଏହି ପ୍ରତ‌ିଯୋଗିତାର ଟାଇଟଲ୍ ଦାବିଦାର କୁହାଯାଉଛି।

ବକୁରେ ଗତବର୍ଷ ଅନୁଷ୍ଠିତ ବିଶ୍ବକପ୍‌ରେ ରୌପ୍ୟ ପଦକ ଜିତିବା ପରେ ପ୍ରଜ୍ଞାନନ୍ଦା ପ୍ରଥମେ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗୁକେଶ ୨୦୨୩ ଫିଡେ ସର୍କିଟ ବିଜେତା ଓ ଗୁଜରାଟୀ ୨୦୨୩ ଗ୍ରାଣ୍ଡ୍ ସୁଇସ୍ ବିଜେତା ହୋଇ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାର ମହିଳା ବର୍ଗରେ ୮ ଜଣଙ୍କ ମଧ୍ୟରେ ୨ ଭାରତୀୟ ରହିଛନ୍ତି। କୋନେରୁ ହମ୍ପିଙ୍କ ଉପରେ ଭାରତର ଭରସା ରହିଛି। ଆର୍ ବୈଶାଳୀ ଅନ୍ୟତମ ଭାରତୀୟ ରହିଛନ୍ତି। ହମ୍ପି ୨୦୨୪ ଜାନୁଆରି ୧ ରେଟିଂ ଭିତ୍ତିରେ ଆସିଥିବାବେଳେ ‌ବୈଶାଳୀ ୨୦୨୩ ମହିଳା ଗ୍ରାଣ୍ଡ୍‌ ସୁଇସ୍ ବିଜେତା ଭାବେ ଯୋଗ୍ୟତା ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button