୨୦୨୪ ନିର୍ବାଚନ: ୮୨ ଦିନର କସରତ ଆରମ୍ଭ, ଏପ୍ରିଲ ୧୯ରୁ ଭୋଟ୍, ଜୁନ୍ ୪ରେ ଫଳ – Kalinga News

[ad_1]
୭ଟି ପର୍ଯ୍ୟାୟରେ ହେବ ଭୋଟ୍, ୯୬.୮ କୋଟି ମତଦାନ କରିବେ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଲୋକସଭାର ୫୪୩ ଆସନ ସହିତ ୪ଟି ରାଜ୍ୟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ। ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ନିର୍ବାଚନସୂଚୀ ଘୋଷଣା କରିବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭, ଚତୁର୍ଥ ପର୍ଯ୍ୟାୟ ମେ ୧୩, ପଞ୍ଚମ ପର୍ଯ୍ୟାୟ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଓ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଜୁନ୍ ୧ରେ ମତଦାନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ। ଆଜି ମୁଖ୍ୟ ନିର୍ବାଚନ କମିସନର ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମେ ୧୩, ଅରୁଣାଚଳ ପ୍ରଦେଶ ଓ ସିକିମରେ ଏପ୍ରିଲ ୧୯ରେ ବିଧାନସଭା ନିର୍ବାଚନ ହେବ। ଏହିସବୁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଓଡ଼ିଶାରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।
ଏହାସହିତ ୨୬ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ହିମାଚଳ ପ୍ରଦେଶର ୬ଟି ଆସନ ରହିଛି। ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ଯେ ନିର୍ବାଚନ ପାଇଁ ଭୌଗୋଳିକ ପରିସ୍ଥିତି, ପର୍ବପର୍ବାଣୀ, ପରୀକ୍ଷା ଏବଂ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ୭ଟି ପର୍ଯ୍ୟାୟ କରାଯାଇଛି। ଆଗାମୀ ନିର୍ବାଚନରେ ୧୨ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ପ୍ରାୟ ୯୬.୮ କୋଟି ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥର ଲୋକସଭାର ୫୪୩ ଆସନ ସହିତ ବିଭିନ୍ନ ବିଧାସନସଭାର ୪୪୦ଟି ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ୧୪୭ଟି ଆସନ ଥିବା ବେଳେ ଆନ୍ଧ୍ରରେ ୧୭୫, ଅରୁଣାଚଳ ପ୍ରଦେଶରେ ୬୦ ଏବଂ ସିକିମ ବିଧାନସଭାରେ ୩୨ଟି ଆସନ ରହିଛି। ଏହାସହିତ ବିଭିନ୍ନ ବିଧାନସଭାର ୨୬ଟି ଆସନରେ ଉପନିର୍ବାନ ହେବ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର କହିଲେ ଯେ ଏଥର ୪ଟି ‘ଏମ୍’ ଉପରେ ନଜର ରଖାଯାଇଛି। ସେଗୁଡ଼ିକ ହେଲା ମସଲପାୱାର (ବାହୁବଳ), ମନିପାୱାର (ଅର୍ଥବଳ), ମିସ୍ ଇନଫର୍ମେସନ (ବିଭ୍ରାନ୍ତିକର ସୂଚନା) ଏବଂ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ (ଆଦର୍ଶ ଆଚରଣବିଧି)ର ଉଲ୍ଲଂଘନ। ଏହାଉପରେ କଡ଼ା ନଜର ରଖାଯିବ। ଏହାର ମୁକାବିଲା ଲାଗି କମିସନ ପ୍ରସ୍ତୁତ ରହିଛନ୍ତି। ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଶାଳୀନତା ରକ୍ଷା କରିବା ସହିତ ବ୍ୟକ୍ତିଗତ ଚରିତ୍ରସଂହାରରୁ ବିରତ ରହିବା ଲାଗି ସେ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ କାମରେ ଶିଶୁମାନଙ୍କୁ କୌଣସି ପରିସ୍ଥିତିରେ ନିୟୋଜିତ କରାଯାଇପାରିବ ନାହିଁ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେିଛନ୍ତି। ଏହାସହିତ ସେ କହିଛନ୍ତି ଯେ ହିଂସାର ମୁକାବିଲା ଲାଗି ସୁରକ୍ଷା ବାହିନୀକୁ ସଜାଗ ରଖାଯିବ। ନିର୍ବାଚନ ବେଳେ କୌଣସି ପାତରଅନ୍ତର କରାଯାଉ ନାହିଁ। ପଶ୍ଚିମ ବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ସୂଚୀକୁ ବିରୋଧୀ ଦଳ ସମାଲୋଚନା କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏଭଳି ସୂଚୀ କରାଯାଇଛି। ଏସଂର୍କରେ ମୁଖ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଯେ ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ। ରାଜ୍ୟର ଆକାର, ଭୌଗଳିକ ସ୍ଥିତି, ନିର୍ବାଚନମଣ୍ଡଳୀ ଓ ପ୍ରାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଏଥର ନିର୍ବାଚନରେ ବିଶେଷତ୍ବ ହେଉଛି ଯେ ମତଦାନ ପ୍ରକ୍ରିୟା ୪୪ ଦିନ ଧରି ଚାଲିବ। ସ୍ବାଧୀନ ଭାରତ ଇତିହାସରେ ଏହା ହେବ ଦ୍ବିତୀୟ ଦୀର୍ଘତମ ମତଦାନ ପ୍ରକ୍ରିୟା। ୧୯୫୧-୫୨ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟା ୪ ମାସରୁ ଅଧିକ ଦିନ ଚାଲିଥିବା ବେଳେ ସବୁଠାରୁ ସଂକ୍ଷିପ୍ତ ମତଦାନ ପ୍ରକ୍ରିୟା ହୋଇଥିଲା ୧୯୮୦ରେ। ଏହି ବର୍ଷ ମାତ୍ର ୪ ଦିନରେ ମତଦାନ ଶେଷ ହୋଇଥିଲା। ଏଥର (୨୦୨୪ରେ) ନିର୍ବାଚନ ପ୍ରକ୍ରିୟା ୮୨ ଦିନ ଧରି ଚାଲିବ। ନିର୍ବାଚନ ତାରିଖ ଘୋଷଣା ଠାରୁ ଆରମ୍ଭ କରି ମତଗଣନା ଓ ଫଳଫଳ ଘୋଷଣା ପର୍ଯ୍ୟନ୍ତ ୮୨ ଦିନ ଲାଗିଯିବ। ୧୯୫୧-୫୨ରେ ନିର୍ବାଚନ ୬୮ଟି ପର୍ଯ୍ୟାୟରେ ହୋଇଥିଲା। ଏହା ୧୯୫୧ ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ୨୧ ଫେବୃଆରି ୧୯୫୨ରେ ଶେଷ ହୋଇଥିଲା। ତେବେ ୧୯୬୨ରୁ ୧୯୮୯ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟା ୪ରୁ ୧୦ ଦିନ ରହିଥିଲା। କିନ୍ତୁ ୨୦୧୪ରେ ସାଧାରଣ ନିର୍ବାଚନ ୯ଟି ପର୍ଯ୍ୟାୟରେ ହୋଇଥିଲା ଏବଂ ମତଦାନ ପ୍ରକ୍ରିୟା ୩୬ ଦିନ ଧରି ଚାଲିଥିଲା।
[ad_2]




