ପେଟ ସଫା ନ ହେବା ବା କବ୍ଜ (Constipation) ସମସ୍ୟାର କାରଣ ଓ ପ୍ରତିକାର ? Swami Ramdev

ପ୍ରତେକ ବ୍ୟକ୍ତି ଯେଉଁ ଖାଦ୍ଯ ଖାଇଥାନ୍ତି ତାର ପାଚନ କ୍ରିୟା ହେବା ନିହାତି ଜରୁରୀ ହୋଇଥାଏ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ପାଚନ କ୍ରିୟା ନ ହେବାରୁ କବଜ ସମସ୍ଯା ହୋଇଥାଏ । ଯାହା ଫଳରେ ବ୍ୟକ୍ତି ଅନେକ କଷ୍ଟ ଅନୁଭବ କରିବା ସହ ଅନେକ ରୋଗର ଶିକାର ହୋଇଥାଏ । ଯେବେ ପେଟ ସଫା ନ ହେବ ତେବେ ତାହାକୁ କଂଷ୍ଟିଫେସନ କୁହାଯାଏ । ଏଥିପାଇଁ କିଛି ଲୋକ ମାନେ ଅନେକ ମେଡିସନ ଖାଇବା ସହ କିଛି ରେମେଡିର ପ୍ରୟୋଗ କରିଲେ ମଧ୍ୟ ସେଥିରେ ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ କବଜ ହେବାର କାରଣ ଓ ଏହାର ନିବାରଣ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।
ଆମ ଶରୀରରେ ଯେତେ ସବୁ ରୋଗ ହୋଇଥାଏ ତାହାର ବିଶେଷ କାରଣ ହେଉଛି ପେଟ ସଫା ନ ହେବା । ଏହା ଦ୍ଵାରା ସ୍କିନ ଠାରୁ ଆରମ୍ଭ କରି କେଶ, ଲିଭର ଆଦିରେ ପ୍ରଭାବ ପଡିଥାଏ । ଆମେ ଖାଦ୍ଯ ଖାଇବା ପରେ ଏହା ପୁରା ଶରୀରରେ ଅନେକ କ୍ରିୟା ଦ୍ଵାରା ହଜମ ଶକ୍ତି ଅକରାଇଥାଏ । ଯଦି ଖାଦ୍ଯ ଖାଇବା ଭଲ ଭାବେ ହଜମ ନ ହୁଏ ତେବେ ଏହା ବାତ ରୋଗର କାରଣ ହୋଇପାରେ । ଏହା ଛଡା ଶରୀରରେ ଥିବା ୱେଷ୍ଟ ଜିନିଷ ଗୁଡିକ ବାହାରକୁ ବାହାରି ପାରେ ନାହି । ଏହାର କାରଣ ହେଉଛି ରିହାଇଡ୍ରେସନ ଅର୍ଥାତ ପାଣିର ଅଭାବ ଶରୀରରେ ଦେଖାଯିବା ।
ଯେପରି ବ୍ୟକ୍ତି ଅଧିକ ମଦ୍ୟପାନ କରିବା ହେତୁ କବଜ ସମସ୍ଯା ସୃଷ୍ଟି ହୋଇଥାଏ । ଦିତୀୟ କାରଣ ହେଉଛି ଯଦି ଅଧିକ ମଇଦା ଜାତୀୟ ଖାଦ୍ୟ, ବ୍ୟାୟାମ ନ ହେବା ବା ତେଲ ଜାତୀୟ ଖାଦ୍ୟର ସେବନ ବା ଚାଉଳ ଅଧିକ ଖାଇବା କାରଣରୁ କବଜ ସମସ୍ଯା ହୋଇଥାଏ । ଯେଉଁ ମାନଙ୍କର ସ୍କିନରେ କିଛି ଇନଫେକସନ ହୋଇଥାଏ ବା ଶରୀର ଧଳା ଦେଖାଯିବା ବା ଏକଜିମା ହେବା ବା ଶରୀରରେ ଥକାନ ଅନୁଭବ ହେବା ବା ନିଦ ଠିକ ଭାବେ ନ ହେବା କବଜର କାରଣ ହୋଇଥାଏ । ଯଦି ଠିକ ସମୟରେ କବଜ ସମସ୍ୟାର ନିବାରଣ କରାଯାଏ ତେବେ ଶରୀର ପାଇଁ ଭଲ ହୋଇଥାଏ ।
ଏଥିପାଇଁ ପ୍ରତି ଦିନ ତିନି ଲିଟର ପାଣି ପିଇବା ଉଚିତ । ଏହା ଛଡା ସବୁଜ ପନିପରିବା ଖାଇବା ସହ ଗ୍ରୀନ ଜୁଷର ସେବନ କରିବା ଉଚିତ । ଏହି ଜୁଷ ତିଆରି କରିବା ପାଇଁ ପାଳଙ୍ଗ ଶାଗ ଓ ଅଁଳାର ବ୍ୟବହାର କରି ପାରିବେ । ଏହା ବ୍ଯତୀତ କଦଳୀର ସେବନ କରିବା ସହ ବୁଟ ମୁଗର ଖାଇବା ଉଚିତ । ପ୍ରତିଦିନ କିଛି ସମୟ ପାଇଁ ବ୍ୟାୟାମ ବା ଯୋଗ କରିବା ଉଚିତ ।
ଦୁଇ ଚାମଚ ଧନିଆ, ପାନମଧୁରୀ, ଜୀରା, ଜୁଆଣୀ, ଅଧ ଚାମଚ ହଳଦୀ ସହ ଅଧ ଚାମଚ ମୂଲେଠି ସହ ୮ରୁ ୧୦ଟି ହରଡ ଓ ଗୁଜୁରାତି ଓ ଦୁଇ ଚାମଚ କଳା ଲୁଣ ନିଅନ୍ତୁ । ଏହି ସବୁ ମସାଲାକୁ ଗୁଣ୍ଡ କରି ଗରମ ପାଣି ସହ ସେବନ କରିବା ଦ୍ଵାରା କବଜ ସମସ୍ଯା ଦୂର ହୋଇଥାଏ ।