ଦେଶ- ବିଦେଶ

ସଂସଦ କ୍ୟାଣ୍ଟିନରେ ସାଂସଦଙ୍କ ସହ ଲଞ୍ଚ୍ କଲେ ମୋଦୀ – Kalinga News

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଂସଦମାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି। ସଂସଦ କ୍ୟାଣ୍ଟିନରେ ଆଜି ମୋଦୀ ଅନ୍ୟ ସାଂସଦଙ୍କୁ ଅଚାନକ ସରପ୍ରାଇଜ ଦେଇ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ଟିଡିପିର ରାମ ମୋହନ ନାଇଡ଼ୁ, ବିଏସପିର ରିତେଶ ପାଣ୍ଡେ, ବିଜେପିର ଲଦାଖ ସାଂସଦ ଜମୟଙ୍କ ନାମଗ୍ୟାଲ, କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗୁନ , ବିଜେଡିର ସସ୍ମିତ ପାତ୍ର, ବିଜେପିର ମହାରାଷ୍ଟ୍ର ସାଂସଦ ହିନା ଗବିତ ଆଜି ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ୪୫ ମିନିଟର ଲଞ୍ଚ ସମୟରେ ଦଳମତ ନିର୍ବିଶେଷରେ ବିଭିନ୍ନ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟସ୍ତତା ଭିତରେ କିଭଳି ସବୁକିଛି ମ୍ୟାନେଜ କରୁଛନ୍ତି ସେନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ମୋଦୀ ତାଙ୍କର ବିଦେଶ ଗସ୍ତ ସଂକ୍ରାନ୍ତରେ ମଧ୍ୟ ସାଂସଦମାନଙ୍କ ସହ ଏନେଇ ଆଲୋଚନା କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button