ରାଜନୀତି

ବିଜେଡିରେ ଯୋଗ ଦେଲେ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦେଶକ ସଂତୃପ୍ତ ମିଶ୍ର – Kalinga News

[ad_1]

ଭୁବନେଶ୍ବର: ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦେଶକ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ। ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି। ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ। ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି। କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳିଛନ୍ତି। ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ସେ। ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି।

ରାଜ୍ୟସଭା ରେସରେ ନାଁ ଥିବା ନେଇ ସଂତୃପ୍ତ କହିଛନ୍ତି, ଏବେ କିଛି ସମୟ ପୂର୍ବରୁ ମୁଁ ଦଳରେ ସାମିଲ ହୋଇଛି। ଯାହା କାମ ଦିଆଯିବ ତାହା କରିବି। ୨୮ ବର୍ଷ ହେବ ଉଦ୍ୟୋଗରେ କାମ କରିଛି। ଉଦ୍ୟୋଗରେ ଯାହା କାମ ଦିଆଯାଏ, ତାହାକୁ ଶୃଙ୍ଖଳାର ସହ କରିବାକୁ ପଡ଼ିଥାଏ। ଠିକ୍ ସେହିଭଳି ବିଜେଡିରେ ଯେଉଁ କାମ ଦିଆଯିବ ତାହାକୁ ଶୃଙ୍ଖଳାର ସହ କରିବି। ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସଂତୃପ୍ତଙ୍କୁ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସଂତୃପ୍ତଙ୍କ ଜନ୍ମସ୍ଥାନ ପୁରୀ ବୀରପ୍ରତାପପୁରରେ। ମାସକ ତଳେ ସେ ଚାକିରି ଛାଡ଼ି ଓଡ଼ିଶା ଫେରିଥିଲେ ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button