ଖେଳ ଖବର

ନୂଆ-ଓ ରାଜ୍ୟ ଫୁଟବଲ ପ୍ରତିଯୋଗିତା: ପୁରୁଷ ଓ ମହିଳା ବର୍ଗ ପ୍ରି-କ୍ବାର୍ଟରରେ ସୁନ୍ଦରଗଡ଼ – Kalinga News

[ad_1]

ସୁନ୍ଦରଗଡ଼: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପର ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ୟୁନିଟ-୧ସ୍ଥ ଫୁଟବଲ ଏକାଡେମି ଖେଳପଡ଼ିଆରେ ଚାଲିଥିବା ନୂଆ-ଓ ରାଜ୍ୟସ୍ତରୀୟ ଫୁଟବଲରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ପ୍ରି-କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛି। ପୁରୁଷ ଦଳର ମ୍ୟାଚ ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ୪-୦ ଗୋଲରେ ବିଜୟୀ ହୋଇଛି।

ସୁନ୍ଦରଗଡ଼ ଦଳର ଦୀପକ ମୁଣ୍ଡା ୮ ଓ ୧୨ ମିନିଟରେ ୨ ଗୋଲ ଓ ଆକାଶ ବେକ ୧୪ ଓ ୫୫ ମିନିଟରେ ୨ ଗୋଲ କରିଥିଲେ। ସେହିପରି ମହିଳା ଦଳର ମ୍ୟାଚ ମଧ୍ୟ ସୁନ୍ଦରଗଡ଼ ଓ ନୂଆପଡ଼ା ଖେଳିଥିଲେ। ଏଥିରେ ସୁନ୍ଦରଗଡ଼ ୭-୦ ଗୋଲ ଦେଇ ବିଜୟ ଘୋଷିତ ହେଲା। ଦଳର ଜ୍ୟୋତ୍ସ୍ନା ଲାକ୍ରା ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ ସରୋଜ ତିର୍କୀ, ଆଶ୍ରିତା ଗାଙ୍ଗାଡ଼ି, ତୁଳସୀ ଟପ୍ପୋ ଓ ଗଙ୍ଗାମଣି ମାରାଣ୍ଡି ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଦଳର ସଫଳତା ପାଇଁ ଖେଳାଳିମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଶୁଭେଚ୍ଛା ଜଣାଇବା ସହ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ଜିଲ୍ଲାର ନାଁ ରଖିବାକୁ ପରାମର୍ଶ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button