ଅପରାଧ

ମୋତେ ନ୍ୟାୟ ଦିଅନ୍ତୁ ଆଜ୍ଞା, ସ୍ତ୍ରୀ ମୋର କୋଟିଏ ଟଙ୍କାର ସମ୍ପତ୍ତି ହଡ଼ପ କରି ନେଇଛି; ପୀଡ଼ିତ ସ୍ବାମୀ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜ‌ାପୁରରେ ସ୍ତ୍ରୀ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ସ୍ବାମୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା ମାଗିଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣା ମିର୍ଜାପୁର ଜିଲ୍ଲା କଟରା କୋତବାଲି ଥାନା ଅଞ୍ଚଳସ୍ଥ ନଟୱା ମୋହଲ୍ଲେରେ ଘଟିଛି। ଏଠାରେ ବସବାସ କରୁଥିବା କମାଲ ଅହମ୍ମଦଙ୍କ ବିବାହ ୩୦ବର୍ଷ ପୂର୍ବେ ୧୯୯୨ ମସିହାରେ ହୋଇଥିଲା। କମାଲ ଓମାନରେ ଚାକିରି କରୁଥିଲେ।

କମାଲ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କହିଛନ୍ତି କି, ‘ଗତ ୫ବର୍ଷ ପୂର୍ବେ ମୋ ସ୍ତ୍ରୀ ଓ ତାର ଭାଇ ମୋତେ ଘରୁ ବ‌ାହାର କରି ଦେଇଛନ୍ତି।  ଏମିତି କି ମୋ ଅଜଣାତରେ ସ୍ତ୍ରୀ ମୋର କୋଟିଏ ଟଙ୍କାର ସମ୍ପତ୍ତିକୁ ନିଜ ନାମରେ କରି ଦେଇଛି।

ଏମିତି କି ମୁଁ ମୋ ସମ୍ପତ୍ତି ଦାବି କରିବାରୁ ସ୍ତ୍ରୀ ମୋ ନାମରେ ମିଥ୍ୟା ଅଭିଯୋଗ କରୁଛି। ତେଣୁ ମୁଁ ମୋର ଗୁଜୁରାଣ ମେଣ୍ଟାଇବାକୁ ସ୍ତ୍ରୀ ନେଇଯାଇଥିବା ମୋର ସମ୍ପତ୍ତିରୁ କିଛି ଭାଗ ଦାବି କରୁଛି। ଏଥିପାଇଁ କୋର୍ଟଙ୍କ ଦ୍ବାରସ୍ଥ ବି ହୋଇଛି। ଗତ ୫ବର୍ଷ ହେବ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଥକି ପଡ଼ିଲିଣି। ଆଉ ପାରୁ ନାହିଁ। ଶେଷରେ ଅନେକ ଆଶା ନେଇ ଆପଣଙ୍କ ପାଖକୁ ଆସିଛି। ଦୟାକରି ମୋତେ ନ୍ୟାୟ ଦିଅନ୍ତୁ।’

ସ୍ତ୍ରୀ ଠାରୁ ଏଭଳି ନିର୍ଯାତନାର ଶିକାର ହେବାପରେ କମାଲ ଏକ ବ୍ୟାନର ଧରି ଅଭିଯାନ ଆରମ୍ଭ କରିଛନ୍ତି। ‌ଏହି ଅଭିଯାନରେ ସେ ସ୍ବାମୀମାନଙ୍କୁ ସ୍ତ୍ରୀମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ବାସ ନକରିବାକୁ ସତର୍କ କରାଉଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button