ଅପରାଧ

ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଲଗାଇବା ଘଟଣାରେ ସାମିଲ ଥିବା ଶିକ୍ଷକ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଛତିଶଗଡ଼ର ଜଣେ ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥକ ହେବା ଅଭିଯୋଗକୁ କେନ୍ଦ୍ର କରି ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଛତିଶଗଡ଼ର ଅମ୍ବାଗଢ଼ ଜିଲ୍ଲାରେ ଜଣେ ୨୫ବର୍ଷର ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଶିକ୍ଷକ ଗିରଫ ହେବାପରେ  ସ୍କୁଲ ପିଲାଙ୍କ ସମେତ ଗ୍ରାମବାସୀଙ୍କ ଏକ ସମୁହ ଏକାଠି ହୋଇ ଶିକ୍ଷକଙ୍କୁ ଛାଡ଼ିବା ପାଇଁ ପୁଲିସ ଷ୍ଟେସନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଜଣେ ଅଧିକାରୀଙ୍କ କହିବାନୁସାରେ, ରାମଲାଲ ନୁରେଟିଙ୍କୁ ଗତଶନିବାର ମଦନୱାଡ଼ା ପୁଲିସ ଥାନାର କ‌ୋରେକଟ୍ଟା ଗ୍ରାମରୁ  ଗିରଫ କରାଯାଇଛି।

ଗିରଫ ଶିକ୍ଷକ ଗତବର୍ଷ ସ‌େପ୍ଟେମ୍ବରରେ ନକ୍ସଲଙ୍କ ପୋଷ୍ଟର ଓ ବ୍ୟାନର ମାରିବା ଘଟଣାରେ ସାମିଲ ଥିଲେ। ସୀତାଗ୍ରାମ ଥାନା ଅଞ୍ଚଳରେ ମହକା ଗ୍ରାମରେ ରହୁଥିବା ଅଭିଯୁକ୍ତ କରେକଟ୍ଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗେଷ୍ଟ ଟିଚର ଭାବେ କାମ କରୁଥିଲେ।

ପୁଲିସ ଗତବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖରେ ମଦନୱାଡ଼ା ଅଞ୍ଚଳରୁ ମାଓବାଦୀଙ୍କ ପୋଷ୍ଟର ଜବତ କରିଥିଲା। ପ୍ରଥମେ ଶିକ୍ଷକ ଜଣକ ନିଜ ଦୋଷକୁ ସ୍ବୀକାର କରୁ ନଥିଲେ। ପରେ ଏହି ନକ୍ସଲ ପୋଷ୍ଟର ଓ ବ୍ୟାନରରେ ସାମିଲ ଥିବା କଥା ଶିକ୍ଷକ ସ୍ବୀକାର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button