ଅପରାଧ

‌ପେଟ୍ରୋଲ ପମ୍ପ ମାପରେ ତ୍ରୁଟି ୩ବର୍ଷରେ ଧରାପଡ଼ିଛନ୍ତି ୮୩ ପେଟ୍ରୋଲ ପମ୍ପ – Kalinga News

[ad_1]

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ପମ୍ପ୍‌ରେ ମାପରେ ତ୍ରୁଟି ଥିବା ଅଭିଯୋଗରେ ଗତ ୩ବର୍ଷରେ ଧରା ପଡ଼ିଛନ୍ତି ୮୩ ପେଟ୍ରୋଲ ପମ୍ପ। ସେମାନଙ୍କଠାରୁ ୧୦ଲକ୍ଷ ୬୬ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

୨୦୨୦-୨୧ ମସିହାରେ ୩୭, ୨୦୨୧-୨୨ରେ ୨୨ ଓ ୨୦୨୨-୨୩ରେ ୨୪ ପେଟ୍ରୋଲ ମାପରେ ତ୍ରୁଟି ମାମଲା ନଜରକୁ ଆସିଛି। ଶ୍ରୀ ନାୟକ କହିଛନ୍ତି ଯେ ତୈଳ କମ୍ପାନିମାନେ ରାଜ୍ୟରେ ଥିବା ଖୁଚୁରା କେନ୍ଦ୍ର ବା ପେଟ୍ରୋଲ ଟାଙ୍କିଗୁଡ଼ିକ ଉପରେ ୩ମାସିକ ତନଖି କରି ପେଟ୍ରୋଲ ଓ ଡିଜେଲର ଗୁଣବତ୍ତା ଓ ମାପ ଯାଞ୍ଚ କରୁଛନ୍ତି। ଯଦି କୌଣସି ଅନିୟମିତତା ଦୃଷ୍ଟି ଗୋଚର ହୁଏ, ତେବେ ଗୁଣବତ୍ତା ପରୀକ୍ଷା ପାଇଁ ତୈଳରୁ ନମୁନା ସଂଗ୍ରହ କରି ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପରୀକ୍ଷାଗାରକୁ ପଠାଇଥାନ୍ତି। ସାଧାରଣ ଉଦ୍ୟୋଗ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକର ଅନ୍ୟ ବିଭାଗ ଅଧିକାରୀମାନଙ୍କୁ ନେଇ ଗଠିତ ବହୁ ଅନୁଶାସନିକ ଦଳ ଦ୍ବାରା ନିୟମିତ ଅନ୍ତରରେ ପେଟ୍ରୋଲ ପମ୍ପ ଉପରେ ଅତର୍କିତ ଯାଞ୍ଚ କରାଯାଉଛି। ତୈଳ କମ୍ପାନିଗୁଡ଼ିକର ଭ୍ରାମ୍ୟମାଣ ପରୀକ୍ଷାଗାର ଦ୍ବାରା ପ୍ରତି ମାସରେ ତୈଳର ନମୁନା ସଂଗ୍ରହ କରି ଯାଞ୍ଚ କରାଯାଉଛି। ଆଇଓସି, ବିପିସି ଓ ଏଚ୍‌ପିସି ଗୁଡ଼ିକରେ ମିଳିତ ଉଦ୍ୟମରେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ଅତର୍କିତ ଯାଞ୍ଚ କରାଯାଇଥାଏ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button