ସ୍କୁଟି ଚଲାଇବା ସହିତ ଜଙ୍ଘ ଉପରେ ଲାପଟପ ରଖି ଅଫିସ କାମରେ ବ୍ୟସ୍ତ ଯୁବକ – Kalinga News

[ad_1]
ନୂଆଦିଲ୍ଲୀ: ବେଙ୍ଗାଲୁରୁର ଟ୍ରାଫିକକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ଟାଫ୍ରିକ ହେତୁ କର୍ମଚାରୀଙ୍କୁ ଡିୟୁଟି ସମୟର ଅନେକ ସମୟ ପୂର୍ବରୁ ଘରୁ ବାହାରିବାକୁ ପଡିଥାଏ। ଏହା ସତ୍ତ୍ବେ ବି ସମୟସମୟରେ ଟ୍ରାଫିକରେ କର୍ମଚାରୀ ଫସି ଯାଇଥାଆନ୍ତି। ଯେଉଁଥିପାଇଁ ତାଙ୍କର ଅନେକ ଜରୁରିକାମ ବାକି ରହିଯାଇଥାଏ।

Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି କ୍ଷେତ୍ରରେ ଯେଉଁମାନେ ଚାରିଚକିଆ ଗାଡ଼ିରେ ଯାଉଥାଆନ୍ତି ସେମାନେ କାର ଭିତରେ ବସି ମିଟିଂ ଆଟେଣ୍ଡ କରିବା ସହିତ ଜରୁରି କାମ ସାରି ଦେଇଥାଆନ୍ତି। କିନ୍ତୁ ଦୁଇଚକିଆ ଗାଡ଼ି ନେଇ ଯାଉଥିବା କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏଭଳି କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ଜୁଗାଡ଼ ଚର୍ଚ୍ଚାରେ ରହିଛି।
ନିକଟରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ସ୍କୁଟି ଚଲାଇ ଯାଉଛନ୍ତି। ଏଥିସହିତ ଜଙ୍ଘ ଉପରେ ଲାପଟପ ରଖି ଜୁମ କଲରେ ଅଫିସ କାମ କରୁଥିବା ଦେଖିବାକୁ ମିଳୁଛି।
Bengaluru is not for beginners
(
: @nikil_89) pic.twitter.com/mgtchMDryW
— Peak Bengaluru (@peakbengaluru) March 23, 2024
ତେବେ ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଲୋକେ କହିଛନ୍ତି, ବଢ଼ିଆ ଉପାୟ। ମୁଁ ବି ଏହାକୁ ଆପଣାଇଲେ ହୁଅନ୍ତା। ଆଉ କେହି କହିଛନ୍ତି, ବେଙ୍ଗାଲୁରୁକୁ ନୂଆ ଆସିଥିବା ବ୍ୟକ୍ତିମାନେ କଦାପି ଏହି ଉପାୟକୁ ଆପଣାଇବେ ନାହିଁ। ନଚେତ ଅସୁବିଧାରେ ପଡ଼ିପାରନ୍ତି।
[ad_2]