ଖେଳ ଖବର

ଅନୁପଙ୍କ ହାତ ଧରିଲେ ଦୀପ୍‌ଗ୍ରେସ୍‌ – Kalinga News

[ad_1]

ସୁନ୍ଦରଗଡ଼: ଅନ୍ତର୍ଜାତୀୟ ହକିରୁ ସନ୍ୟାସ ନେବା ପରେପରେ ସୁନ୍ଦରଗଡ଼ର ଚର୍ଚ୍ଚିତ ଅଲିମ୍ପିଆନ୍‌ ଦୀପ୍‌ଗ୍ରେସ୍‌ ଏକ୍କାଙ୍କ ଜୀବନଯାତ୍ରାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମଙ୍ଗଳବାର ସେ ସବ୍‌ଡ଼େଗା ବ୍ଲକ୍‌ ଦେଓଗାଁର ଅନୁପ ଲାକ୍ରାଙ୍କ ହାତ ଧରିଛନ୍ତି। ଜନ୍ମମାଟି ଲୁଲୁକିଡିହି ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଦୀପ୍‌ଗ୍ରେସ୍‌ ଓ ଅନୁପଙ୍କ ବିବାହ ସମ୍ପନ୍ନ ହୋଇଛି। ପୂର୍ବରୁ ଜାନୁଆରି ୨୬ ତାରିଖରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଅନୁପ ମଧ୍ୟ ଜଣେ ହକି ଖେଳାଳି। ସେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଏବେ ଦୀପ୍‌ଗ୍ରେସ୍‌ ପୂର୍ବତଟ ରେଳବାଇ ଓ ସ୍ବାମୀ ଅନୁପ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ବିବାହ ଉତ୍ସବରେ ହକି ତାରକା ପ୍ରବୋଧ ତିର୍କି, ଅନ୍ତର୍ଜାତୀୟ ହକି ଖେଳାଳି ବନମାଳି ଖେସ, ଅନିଲ ଏକ୍କା, ସୁନୀଲ ଏକ୍କା, ଅନ୍ତର୍ଜାତୀୟ ରୋଇଂ ଖେଳାଳି ସୀମା, ଦିନେଶ, ହକି ଖେଳାଳି ଆଜମିନା, ସୁନିତା ଲାକ୍ରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦୀପ୍ତ ନାଏକ, କୋଚ୍ ବିଜୟ ଲାକ୍ରା, ମିଲଟନ୍‌ ବିଲୁଙ୍ଗ, ଆବ୍ରାହମ କିସପୋଟ୍ଟା, ନାରାୟଣ ପାଣ୍ଡରା, ସୁସ୍ମିତା ଦତ୍ତ, ହୃଦୟରଂଜନ ସିଂ, ପୂର୍ବତନ କ୍ରୀଡ଼ା ଅଧିକାରୀ ଅଭୟ ପଟ୍ଟନାୟକ, ତେଜପ୍ରତାପ ଖେସ୍, ସୁଚିରଂଜନ ବେକ୍‌ଙ୍କ ସମେତ ଅନେକ ଖେଳାଳି ଓ ଖେଳ ସହ ଜଡ଼ିତ ବ୍ୟକ୍ତି ବିଶେଷ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button