ମନୋରଞ୍ଜନ

ଆଜି ଡିନରକୁ କରନ୍ତୁ ସ୍ପେଶାଲ, ରୁଟି ସହିତ ବନାନ୍ତୁ ‘ମଟର ମସାଲା’

ଆଜି ସୋମବାର ଅର୍ଥାତ ନିରାମିଶ ବାର। ଆଜି ନିରାମିଶରେ କଣ ବନାଇବେ ତାହା ଚିନ୍ତା କରୁଥିବେ। ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଯେ କଣ ପ୍ରସ୍ତୁତ କରିବେ କାହିଁକି ନା ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସ୍ୱାଦିଷ୍ଟ ରେସିପି। ଏହି ରେସିପିକୁ ଆପଣ ଥରେ ଖାଇଲେ ଆଙ୍ଗୁଳି ଚାଟି ରହିଯିବେ। ତେବେ ଆସନ୍ତୁ ଜାଣିବା ‘ମଟର ମସଲା’ ରେସିପି ବନାଇବା ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ମଟର – ୨ କପ୍‌

ଟମାଟୋ – ୧ଟା ପେଶା ହୋଇଥିବା

ପିଆଜ – ୧ଟା

ଅଦା ପେଷ୍ଟ – ୧ ବଡ ଚାମଚ

ଜୀରା – ୧/୨ ଛୋଟ ଚାମଚ

ହଳଦି ପାଉଡର – ୧ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ସ୍ୱାଦାନୁସାରେ

କଞ୍ଚା ଲଙ୍କା – ୨,୩ଟି

ଧନିଆ ପାଉଡର – ୧ ଛୋଟ ଚାମଚ

ଗରମ ମସଲା – ୧/୨ ଛୋଟ ଚାମଚ

ଜୀରା ପାଉଡର – ୧/୨ ଛୋଟ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ

ଧନିଆ ପତ୍ର – ଅଳ୍ପ

matarପ୍ରସ୍ତୁତି ପ୍ରଣାଳୀ

-ମଟର ମସଲା ବନାଇବା ପାଇଁ ମଟରକୁ ପ୍ରାୟ ୪ ଘଣ୍ଟା ଭିଜାଇ ରଖନ୍ତୁ। ଏହାପରେ ଲୁଣ ପକାଇ ମଟରକୁ ସିଝାଇ ଦିଅନ୍ତୁ।

-ଏବେ ଏକ ପ୍ରେସର କୁକରରେ ତେଲ ପକାନ୍ତୁ ଏବଂ ଗରମ କରନ୍ତୁ। ସେଥିରେ ଜୀରା ପକାଇ ତଡକା ଦିଅନ୍ତୁ। ଏହାପରେ କଟା ପିଆଜ, କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ।

-ପିଆଜ ଭାଜି ହୋଇଗଲା ପରେ ଏଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ।

-ଏହାପରେ ଏଥିରେ ଟମାଟୋ ପକାନ୍ତୁ। ଯେତେବେଳ ଟମାଟୋ ତେଲ ଛାଡିବ ସେତେବେଳେ ମଟର ପକାଇ ଭଲ ଭାବେ ଚଲାଇ ଦିଅନ୍ତୁ। ଏବେ ଯେତିକି ଗ୍ରେଭି ଦରକାର ସେତିକି ପାଣି ଦେଇ କୁକର ବନ୍ଦ କରିଦିଅନ୍ତୁ। କୁକରର ସିଟି ୨-୩ ଟି ଦିଅନ୍ତୁ।

-ଏବେ ମଟର ମସଲାକୁ ବାହାର କରି ତାହାକୁ ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ। ଯଦି ଆପଣ ଖଟାଳିଆ ସ୍ୱାଦ ଚାହୁଁଛନ୍ତି ତେବେ କୁକର ଖୋଲିବା ପରେ ସେଥିରେ ସାମାନ୍ୟ ଆମଚୁର ପାଉଡର ପକାଇପାରିବେ। ଏହାଛଡା ସର୍ଭ କରିବା ସମୟରେ ତାହା ଉପରେ ଲେମ୍ବୁ ଚିପୁଡି ମାରି ସର୍ଭ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button