ମନୋରଞ୍ଜନ

ସହାୟକଙ୍କୁ ନିସ୍ତୁକମାଡ଼ ମାରିବାର ଭିଡିଓ ଭାଇରାଲ ହେବାପରେ ପାକିସ୍ତାନ ଗାୟକଙ୍କ ସଫେଇ – Kalinga News

[ad_1]

ନୂଆଦିଲ୍ଲୀ: ପାକିସ୍ତାନୀ ଗାୟକ ରାହାତ ଫତେହ ଅଲ୍ଲୀ ଖାନଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ୍ସ (ଟୁଇଟର)ରେ ଏକ ଭିଡିଓ ଦ୍ରୁତଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଗାୟକ ଜଣେ ବ୍ୟକ୍ତିଙ୍କୁ କେଶ ଭିଡି ଚାପୁଡ଼ା ପରେ ଚାପୁଡ଼ା ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ରାହାତ ଫତେହ ଅଲ୍ଲୀ ଖାନଙ୍କ ସହାୟକ ଥିବା ଜଣାପଡ଼ିଛି। ଭିଡିଓରେ ଶୁଣିବାକୁ ମିଳୁଛି କି ରାହାତ ମାଡ଼ ମାରିବା ସହିତ ସହାୟକଙ୍କୁ ପ୍ରଶ୍ନ କରୁଛନ୍ତି କି ମଦ ବୋତଲ କେଉଁଆଡେ ଗଲା?

ଏହି ସମୟରେ ସହାୟକ ଚୁପ ରହିବାରୁ ଗାୟକ ଆହୁରି ରାଗି ଯାଇ ତାଙ୍କୁ ଭିଡି ଆଣି ପୁଣିଥରେ ଚପଲରେ ମାଡ଼ ମାରୁଛନ୍ତି। ଏତିକି ବେଳେ ବ୍ୟକ୍ତି ଜଣକ ପଡ଼ି ଯାଉଥିବା ଦେଖି ତାଙ୍କ ଆଖପାଖରେ ଥିବା ଲୋକମାନେ ଉଠାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଗାୟକ କାହାରି କିଛି କଥା ନଶୁଣି ମାଡ଼ ମାରି ଚାଲିଛନ୍ତି।

 

ଏହି ଭିଡିଓ ଭାଇରାଲ ହେବାପରେ ରାହାତ ସଫେଇ ଦେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗି କହିଛନ୍ତି, ‘ମୋତେ କ୍ଷମା କରିଦେବ। ଆପଣମାନଙ୍କୁ କହିବାକୁ ଚାହିଁବି କି ଯେଉଁ ସମ୍ପର୍କରେ ସ୍ନେହ ରହିଥାଏ ସେଠାରେ ଆକାଟ ବି ଥାଏ। ମୁଁ ମ‌ୋର ସହାୟକଙ୍କୁ ଖବୁ ସ୍ନେହ କରେ। ତେଣୁ ସେ ଭୁଲ କରିଥିବାରୁ ଆକଟ କରିଥିଲି।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button