କ୍ଷମତା କରିଡରରେ କମ୍ପନ: ପାଣ୍ଡିଆନଙ୍କ ଘନିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଉପରେ ନଜର – Kalinga News
[ad_1]
ଗୋଟିଏ ପଦବିରେ ମାଥିଭାଥନନ୍ ରହିଛନ୍ତି ୧୦ ବର୍ଷ, ବୀର ବିକ୍ରମ ବି ୭ ବର୍ଷ ଧରି ଯୋଗାଣ ବିଭାଗ ଦାୟିତ୍ବରେ
ଚୌଧୁରୀ ଅମିତାଭ ଦାସ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ଜି ମାଥିଭାଥନନ୍। ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର୍ର ବରିଷ୍ଠ ଆଇଏଏସ୍ ଅଧିକାରୀ। ୨୦୧୪ ମସିହା ଅଗଷ୍ଟ ମାସରେ ନଗର ଉନ୍ନୟନ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଲେ। ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ବି ନେଲେ। ଏହା ମଧ୍ୟରେ ୧୦ ବର୍ଷ ବିତିଗଲାଣି। ସେହି ବିଭାଗରେ କେତେ ମନ୍ତ୍ରୀ ବଦଳି ଗଲେଣି। କିନ୍ତୁ ତାଙ୍କର ସେଠାରୁ ବଦଳି ହେଉ ନାହିଁ। ବୀର ବିକ୍ରମ ଯାଦବ। ୧୯୯୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ୨୦୧୭ ମସିହା ଅକ୍ଟୋବର ମାସରେ ତାଙ୍କୁ ଯୋଗାଣ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଗଲା। ପାଖାପାଖି ସାତ ବର୍ଷ ହେଲାଣି ସେ ଏହି ଗୋଟିଏ ଜାଗାରେ ଅଛନ୍ତି। ତାଙ୍କୁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସେ ମୁଖ୍ୟ ପ୍ରଶାସକ ଅଛନ୍ତି।
ଆର୍ ଭିନିଲ କ୍ରିଷ୍ଣା। ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ଏବେ କ୍ରୀଡ଼ା ବିଭାଗର ସଚିବ ଭାବେ କାର୍ଯ୍ୟରତ। ତାହା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ବିଜେଡି ସରକାରରେ ସେ ଅନ୍ୟତମ ପ୍ରଭାବଶାଳୀ ଅଫିସର ଥିଲେ। ତତ୍କାଳୀନ ୫-ଟି ସଚିବ ଯୁଆଡ଼େ ଗସ୍ତ କରୁଥିଲେ ତାଙ୍କ ସହ ଛାଇ ପରି ରହୁଥିଲେ ଭିନିଲ୍। ଏହି ତିନିଟି ଉଦାହରଣ ମାତ୍ର। ଏମିତି ତାଲିକା ଲମ୍ବିଛି। ଭି କେ ପାଣ୍ଡିଆନଙ୍କ ଘନିଷ୍ଠ ଏସବୁ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ପ୍ରଶାସନିକ ବ୍ୟବସ୍ଥାରେ ଢେର୍ ଅସନ୍ତୋଷ ରହିଛି। ଏଇଥିପାଇଁ ଯେ କାହାକୁ କେଉଁଠି ରଖାଯାଉଥିଲା, ତାହାର କିଛି ମାପକାଠି ନଥିଲା। ଅଧିକାଂଶ ଆଇଏଏସ୍/ଆଇପିଏସ୍ ଅଧିକାରୀ ଅସନ୍ତୁଷ୍ଟ ଥିଲେ ବି ପାଟି ଫିଟାଉ ନଥିଲେ। ଏବେ ସରକାର ବଦଳିଲା ପରେ ରାଜ୍ୟ ପ୍ରଶାସନରେ ହଲ୍ଚଲ ଆରମ୍ଭ ହୋଇଯାଇଛି। ପୂର୍ବ ବିଜେଡି ସରକାରର ଏହି ପ୍ରଭାବଶାଳୀ ଅଧିକାରୀମାନଙ୍କୁ କେଉଁ ପଦବିରେ ନୂଆ ସରକାର ନିଯୁକ୍ତି ଦେଉଛନ୍ତି, ତାହାକୁ ନେଇ ପ୍ରଶାସନିକ କରି଼ଡ଼ରରେ ଚର୍ଚ୍ଚା ଜୋର ଧରିଛି।
ସ୍ମରଣଥାଉକି, ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାଥିଭାଥନନ୍ ଓ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କୁ ନେଇ ବହୁ ସମୟରେ ଅସନ୍ତୋଷ ଦେଖାଦେଇଛି। ବିଧାନସଭାରେ ବିରୋଧୀ ବିଧାୟକମାନେ ଉଭୟଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ। ଏହି ଦୁଇ ଜଣ କୌଣସି ଜନପ୍ରତିନିଧିଙ୍କୁ ଖାତିର କରନ୍ତିନି ବୋଲି ଆରୋପ ଲଗାଇଥିଲେ। କିନ୍ତୁ ସରକାର ଏସବୁ ଶୁଣି ନଶୁଣିଲା ପରି ରହିଆସିଛନ୍ତି। ମାଥିଭାଥନନ୍ଙ୍କୁ କେଉଁ ଆଧାରରେ ଗୋଟିଏ ପଦବିରେ ଏକ ଦଶନ୍ଧି ଧରି ରଖାଯାଇଛି, ସେ ନେଇ କେହି ଠୋସ୍ କାରଣ ଦର୍ଶାଇ ପାରିନାହାନ୍ତି। ଏକଥା ସତ ଯେ ତାଙ୍କ ସମୟରେ ସହରଗୁଡ଼ିକର ବିକାଶ ଯେମିତି ଦୌଡ଼ିବା କଥା ସେମିତି ହୋଇ ନାହିଁ। ଗତ ସରକାର ସମୟରେ ଦୁଇ ଜଣ ଆଇପିଏସ୍ ଅଧିକାରୀ ସର୍ବାଧିକ ଚର୍ଚ୍ଚାରେ ରହିଥିଲେ। ସେମାନେ ହେଲେ ଡି ଏସ୍ କୁଟ୍ଟେ ଓ ଆଶିଷ ସିଂହ। କୁଟ୍ଟେ ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଶ୍ରୀ ସିଂହଙ୍କୁ ନେଇ ମଧ୍ୟ କିଛି କମ୍ ଚର୍ଚ୍ଚା ନ ଥିଲା। ଏପରିକି ଏହି ଦୁଇ ଜଣ ଅଧିକାରୀ ବିଜେଡି ରାଜନୀତିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେବାରୁ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ଇତିମଧ୍ୟରେ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରାଯାଇଛି। ଏବେ ଉଭୟ ଅଧିକାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେମିତି ଆଉ ଜଣେ ଆଇପିଏସ୍ ଅଧିକାରୀ ହେଲେ ରବିକାନ୍ତ। ୧୯୯୮ ବ୍ୟାଚ୍ର ଏହି ଅଧିକାରୀ ନୂଆଦିଲ୍ଲୀରେ ଏବେ ଓଡ଼ିଶା ସରକାରଙ୍କ ଆବାସିକ କମିସନର। ପାଞ୍ଚ ବର୍ଷ ହେଲାଣି ସେଠାରେ ସେ ଅଛନ୍ତି। ଜଣେ ଆଇପିଏସ୍ ଅଧିକାରୀଙ୍କୁ ଲମ୍ବା ସମୟ ଧରି କାହିଁକି ନୂଆଦିଲ୍ଲୀରେ ପୋଷ୍ଟିଂ ଦିଆଯାଇଛି, ତାହାର ଉତ୍ତର କାହା ପାଖରେ ନାହିଁ। ଗତ ସରକାର ସମୟରେ ଦୁଇ ଜଣ ଜିଲ୍ଲାପାଳ ବେଶ୍ ଚର୍ଚ୍ଚାରେ ରହିଥିଲେ। ସେମାନେ ହେଲେ ୨୦୧୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଆଶିଷ ଠାକ୍ରେ ଓ ୨୦୧୨ ବ୍ୟାଚ୍ର ଭୀନିତ ଭରଦ୍ବାଜ। ଶ୍ରୀ ଠାକ୍ରେ କେନ୍ଦୁଝର ଓ ଶ୍ରୀ ଭରଦ୍ବାଜ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ପ୍ରାୟ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ। ଉଭୟଙ୍କ ନିଯୁକ୍ତି ନେଇ ବାରମ୍ବାର ପ୍ରଶ୍ନ ଉଠିଥିଲେ ବି ସରକାର ଶୁଣି ନଥିଲେ। ନିର୍ବାଚନ ପୂର୍ବରୁ ଉଭୟଙ୍କର ବଦଳି କରାଯାଇଥିଲା। ଭରଦ୍ବାଜ କଟକ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ ଓ ପରେ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶରେ ତାଙ୍କୁ ସେଠାରୁ ହଟାଯାଇଥିଲା। ଶ୍ରୀ ଠାକ୍ରେ କେନ୍ଦୁଝରରୁ ଯାଇ ଏବେ ମୟୂରଭଞ୍ଜରେ ଅଛନ୍ତି।
ସେହିଭଳି ନୂଆ ସରକାର ଆସିବା ପୂର୍ବରୁ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଚାକିରି ଛାଡ଼ି ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଜଣେ ସଚିବ ପାହ୍ୟାର ଅଧିକାରୀଙ୍କୁ ସିଧାସଳଖ ନିଯୁକ୍ତି ଦେଇଥିଲେ। ଏହାକୁ ଅନେକ ବରିଷ୍ଠ ଅଧିକାରୀ ଗ୍ରହଣ କରିପାରୁ ନଥିଲେ ହେଁ ମୁହଁ ଖୋଲିନଥିଲେ। କେବଳ ପାଣ୍ଡିଆନଙ୍କ ସହ ତାଙ୍କର ଘନିଷ୍ଠତା ପାଇଁ ଏହି ନିଯୁକ୍ତି ମିଳିଥିବା ଚର୍ଚ୍ଚା ହୋଇଥିଲା। ଏହା ମଧ୍ୟରେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ୬ ମାସ ଛୁଟିରେ ଯାଇଛନ୍ତି।
[ad_2]