ରାଜନୀତି

ଝାଡ଼ଖଣ୍ଡ ବିଧାନସଭାରେ ଶକ୍ତି ପରୀକ୍ଷା ଆଜି – Kalinga News

[ad_1]

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଆସ୍ଥା ଭୋଟ୍‌ ଲୋଡ଼ିବେ । ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏବଂ ଏହାର ମେଣ୍ଟ ସହଯୋଗୀ ଦଳ ଆସନ୍ତାକାଲି ଆସ୍ଥା ଭୋଟ୍‌ରେ ଯୋଗ ଦେବାପାଇଁ ଆଜି ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି। ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ପରେ ବିଧାୟକମାନଙ୍କୁ ହାଇଦ୍ରାବାଦ ନିକଟସ୍ଥ ଏକ ରିସୋର୍ଟରେ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍‌ ସହ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ୍‌ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ଜେଏମ୍‌ଏମ୍‌ରେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ଏବଂ ଦଳକୁ ଏକଜୁଟ ରଖିବା ପାଇଁ ରିସୋର୍ଟ ରାଜନୀତିର ସାହାରା ନିଆଯାଇଥିଲା।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଏବେ ମ୍ୟାଜିକ୍‌ ସଂଖ୍ୟା ୪୧ ରହିଛି। ଶାସକ ମେଣ୍ଟରେ ଏହି ସର୍ବନିମ୍ନ ସଂଖ୍ୟାଗରିଷ୍ଠତାଠାରୁ ୫ ଜଣ ଅଧିକ ବିଧାୟକ ଅଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାର ଗୋଟିଏ ଆସନ ଖାଲି ଥିବାରୁ ୮୦ଟି ଆସନକୁ ଧରାଯିବା। ବିଧାନସଭାରେ ଜେଏମଏମ, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଏମଏଲ)ର ମୋଟ ୪୬ ଜଣ ବିଧାୟକ ଅଛନ୍ତି। ଏମାନଙ୍କ ମଧ୍ୟରେ ଜେଏମଏମର ୨୮, କଂଗ୍ରେସର ୧୬, ଆରଜେଡିର ଜଣେ ବିଧାୟକ ଏବଂ ସିପିଆଇ (ଏମଏଲ)ର ଜଣେ ବିଧାୟକ ଅଛନ୍ତି। ବିଜେପି ଏବଂ ଏହାର ସହଯୋଗୀ ଦଳର ମୋଟ ୨୯ ଜଣ ବିଧାୟକ ଅଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ବଡ଼ ଧରଣର ହଟଚମଟ ନ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାର ଆସ୍ଥା ଭୋଟ୍‌ରେ ସଫଳ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button