ଅପରାଧ

ନିରାଶ୍ରୟ ନାବାଳିକାଙ୍କୁ ଦୁଷ୍କର୍ମ; ଯୁବକ ଗିରଫ – Kalinga News

[ad_1]

ସାରନଗରୀ: ନିରାଶ୍ରୟ ନାବାଳିକା ଝିଅକୁ ଗର୍ଭବତୀ କରିବା ଅଭିଯୋଗରେ ପାସ୍କାଲ ଟପ୍ନୋ(୨୭)କୁ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାଇ ପାସ୍କାଲଙ୍କ ଶ୍ବଶୁର ଘରେ ଦୀର୍ଘଦିନରୁ ଜଣେ ୧୪ବର୍ଷିୟା ନାବାଳିକା ଝିଅ କାମ କରୁ ଥିବାବେଳେ ପାସ୍କାଲ ପ୍ରାୟ ଶ୍ବଶୁର ଘରକୁ ଯିବା ଆସିବା କରନ୍ତି। ନାବାଳିକାଙ୍କ ବାପା ମା’ କେହି ନଥିବାରୁ ଏହାର ସୁଯୋଗ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ବାରମ୍ବାର ଶାରୀରିକ ସଂପର୍କରୁ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ।

ଲୋକ ଲଜ୍ଜା ଭୟରେ ଘଟଣା ସଂପର୍କରେ ନାବାଳିକା ଜଣଙ୍କ କାହାରିକୁ ଜଣାଇ ନଥିଲେ। ପରେ ସ୍ଥାନୀୟ ଅଂଚଳର ଏକ ଏନଜିଓ ସଂସ୍ଥା ଜାଣିପାରି ଘଟଣାକୁ ନେଇ ଟାଙ୍ଗରପାଲି ଥାନାରେ ଏତଲା କରିବାପରେ ପୁଲିସ ଘଟଣାର ତଦନ୍ତ କରି ପାସ୍କାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button