ଦେଶ- ବିଦେଶ
ସୋମବାର ଆସ୍ଥା ଭୋଟ୍ ଲୋଡ଼ିବେ ଚମ୍ପାଇ ସୋରେନ୍ – Kalinga News
[ad_1]
ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଆସ୍ଥା ଭୋଟ୍ ଲୋଡ଼ିବେ। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଏବଂ ଏହାର ମେଣ୍ଟ ସହଯୋଗୀ ଦଳ ବିଧାୟକମାନେ ଆସ୍ଥା ଭୋଟ୍ରେ ଯୋଗ ଦେବାପାଇଁ ହାଇଦ୍ରାବାଦରୁ ଫେରିଛନ୍ତି। ସୂଚନାଯୋଗ୍ୟ, ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ହେବା ପରେ ବିଧାୟକମାନଙ୍କୁ ହାଇଦ୍ରାବାଦ ନିକଟସ୍ଥ ଏକ ରିସୋର୍ଟରେ ରଖାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଏବେ ମ୍ୟାଜିକ୍ ସଂଖ୍ୟା ୪୧ ରହିଛି। ଶାସକ ମେଣ୍ଟରେ ୫ ଜଣ ଅଧିକ ବିଧାୟକ ଅଛନ୍ତି। ପୂର୍ବରୁ ମଧ୍ୟ ୨୦୨୨ ସେପ୍ଟେମ୍ବରରେ ହେମନ୍ତ ସୋରେନ୍ଙ୍କ ସରକାର ଫ୍ଲୋର ଟେଷ୍ଟରେ ୪୮ଟି ଭୋଟ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲା।
[ad_2]