ରାଜ୍ୟ

ପାଣି ପାଇଁ ପାହାଡ଼ ଚଢୁଛନ୍ତି ମହିଳା

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର କଡମ୍ବତାଳ ଗାଁ। ଏଠାରେ ୭୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଅଧିକ। ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ଗୋଟିଏ କୁଅ ରହିଛ। ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶୃତିବଦ୍ଧ । ଏଭଳି ଘୋଷଣା କରିବା ସହ ରାଜ୍ୟ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି। ହେଲେ ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡୁଥିବା ଭଳି ମନେ ହେଉଛି।

ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ବ୍ଲକ କଡମ୍ବତାଳ ଗାଁରେ। ଏଠାରେ ଲୋକେ ପାଣି ଟୋପାଏ ପାଇଁ ଦୁଇ କିଲୋମିଟର ପାହାଡ ତଳୁ ଗୋଟିଏ କୁଅ ରୁ ପାଣି ଆଣୁଛନ୍ତି । ଏଠାରେ ୭୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଅଧିକ। ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି।କିନ୍ତୁ ତାହା ଆଉ ଲୋକଙ୍କ ପିଇବା ପାଣି ପାଇଁ ଯୋଗ୍ୟ ନୁହେଁ।। ଗାଁରେ ଥିବା ଏକମାତ୍ର ନଳକୂପରେ ଦୁଇ ବାଲତି ବାହାରିଲେ ବଡ଼ କଥା। ତାହା ବି କଳଙ୍କି ପାଣି। ଯାହା ବ୍ୟବହାର ଉପଯୋଗୀ ନୁହେଁ।

ତେଣୁ ଏଠାକାର ଲୋକେ ପାଣି ଟୋପାଏ ପାଇଁ ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ରାସ୍ତା ରେ ଦୁଇ କିଲୋମିଟର ଚାଲି ଚାଲି ଯାଇ ପାଣି ଆଣିବାକୁ ପଢୁଛି। ଏହି କୂଅ ରେ ବର୍ତମାନ କିଛି ଦିନ ପାଣି ମିଳିବ ମାତ୍ର ଫେବ୍ରୁଆରୀ ରୁ ଏପ୍ରିଲ ବେଳକୁ କୂଅ ମଧ୍ୟ ଶୁଖି ଯାଉଛି। ବୋଲି ଲୋକ କହୁଛନ୍ତି। ସେମାନେ କହିବା ମୁତାବକ ସେମାନେ ବିଭିନ୍ନ ଯୋଜନା ସମ୍ପର୍କ ରେ ଟିଭି ରେ ଖବର କାଗଜରେ ଦେଖୁଛନ୍ତି ମାତ୍ର ଯୋଜନା କଣ ଜାଣି ନାହାଁନ୍ତି। ତାଙ୍କ ଗାଁ କୁ କେବଳ ଇଲେକ୍ସନ ସମୟରେ ନେତା ମନ୍ତ୍ରୀ ଆସନ୍ତି ମାତ୍ର ଅନ୍ୟ ସମୟରେ କାହା ଦେଖା ମିଳୁନାହିଁ ବୋଲି ମତପ୍ରକାଶ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button