ବରିଷ୍ଠ ରାଜନୀତିଜ୍ଞ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ: ଟ୍ୱିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି I ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନୀତି କ୍ଷେତ୍ରକୁ ବିଶେଷ ଅବଦାନ ଦେଇ ଆସିଥିବା ଆଡଭାନୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଏହା ଉପଯୁକ୍ତ ସମ୍ମାନ ।
I am very happy to share that Shri LK Advani Ji will be conferred the Bharat Ratna. I also spoke to him and congratulated him on being conferred this honour. One of the most respected statesmen of our times, his contribution to the development of India is monumental. His is a… pic.twitter.com/Ya78qjJbPK
— Narendra Modi (@narendramodi) February 3, 2024
ଏନେଇ ମୋଦୀ ନିଜ ଏକ୍ସ’ରେ ଲେଖିଛନ୍ତି,‘ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିବା ମୋ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ମୁହୂର୍ତ୍ତ । ଏହି ଅବସରରେ ମୁଁ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଉଛି । ଆଡଭାନୀ ହେଉଛନ୍ତି ଆମ ସମୟର ସମ୍ମାନଜନକ ରାଜନେତାଙ୍କ ମଧ୍ୟରୁ ଜଣେ । ଦେଶର ବିକାଶ ଦିଗରେ ଆଡଭାନୀଙ୍କର ଅଶେଷ ଅବଦାନ ରହିଛି । ସେ ସମାଜର ସାଧାରଣ ସ୍ତରରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ଅଧିନରେ ଗୃହମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟକଳାପ ସର୍ବଦା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ।’
[ad_2]