ମନୋରଞ୍ଜନ

ବର୍ଷା ପାଗର ମଜା ନିଅନ୍ତୁ ଏପରି, ଘରେ ବନାନ୍ତୁ ମୁସମୁସ୍‌ ପୋହା

ବର୍ଷା ଆରମ୍ଭ ହୋଇଯାଇଛି। ଏବେ ମୌସୁମୀ ବର୍ଷା କରିବାରେ ବ୍ୟସ୍ତ। ତେବେ ଏହି ବର୍ଷା ପାଗରେ ଯଦି କିଛି ଚଟପଟା ନ ଖାଇବେ ତାହେଲେ ଏହାର କିଛି ମଜା ନାହିଁ। ବର୍ଷା ପାଗରେ ସବୁବେଳେ ଇଚ୍ଛା ହୋଇଥାଏ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ରେସିପି। ଯାହାକୁ ଆପଣ ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ତାହେଲେ ବର୍ଷା ପାଗରେ ଆଜି ପ୍ରସ୍ତୁତ କରନ୍ତୁ ମୁସମୁସ୍‌ ପୋହା।

ଆବଶ୍ୟକ ସାମଗ୍ରୀ

ଚୁଡା, ବାଦାମ, ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର, ଜିରା, ତେଲ, ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡା ଗରମ କରି ସେଥିରେ ତିନି କପ୍‌ ଚୁଡା ପକାଇ ଭାଜନ୍ତୁ। ଧ୍ୟାନ ରଖନ୍ତୁ ଚୁଡାକୁ ସୁଖିଲା ଭାଜିବେ, ବିନା ତେଲରେ ଚୁଡାକୁ ସୁଖିଲା ଧୀମା ଆଞ୍ଚରେ ଚଲାନ୍ତୁ। ଚୁଡା ଭଲଭାବେ ଭାଜି ହୋଇଗଲା ପରେ ଦେଖନ୍ତୁ ଯେପରି ଏହା ହାତରେ ଭାଙ୍ଗି ଯାଉଥିବ। ଏହାକୁ ପ୍ଲେଟରେ କାଢ଼ି ସାଇଡରେ ରଖନ୍ତୁ।

ଏବେ ଆଉ ଏକ କଡାରେ ଅଳ୍ପ ତେଲ ଗରମ କରି ବାଦାମ ଭାଜନ୍ତୁ। ବାଦାମ ଭଲଭାବେ ଭାଜି ହୋଇଗଲା ପରେ ଗ୍ୟାସ ଫ୍ଲେମ ଲୋ କରି ଜିରା, ଭୃଷଙ୍ଗ ପତ୍ର ଏବଂ ସୁଖିଲା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏବେ ଏଥିରେ ଅଧା ଚାମଚ ଚାଟ୍‌ ମସଲା ପକାନ୍ତୁ। ଏବେ ଏଥିରେ ସ୍ୱାଦାନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଭାଜି ରଖିଥିବା ଚୁଡାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ପ୍ରାୟ ଏକ ମିନିଟ୍‌ ଗ୍ୟାସରେ ଭାଜିଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ମୁସ୍‌ ମୁସ୍‌ ପୋହା। ଏବେ ଏହି ରେସିପିକୁ ବର୍ଷା ପାଗରେ ମଜା ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button