ରାଜନୀତି

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ଆଜି ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ କରିଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କୋରାପୁଟ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷୀଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ରୂପେ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିବା ଦଳର ସଂପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି। ଶ୍ରୀମତୀ ବାହିନୀପତି ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ। ମୀନାକ୍ଷୀଙ୍କୁ ରାଜ୍ୟ କଂଗ୍ରେସର ମହିଳା ସଭାନେତ୍ରୀ ରୂପେ ନିଯୁକ୍ତି କରି ଏଆଇସିସି ଜିଲ୍ଲାର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ସହିତ ରାଜ୍ୟର ମହିଳା ଭୋଟରଙ୍କ ଆସ୍ଥା ଜିତିବା ପାଇଁ ପ୍ରୟାସ କରିଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୀନାକ୍ଷୀ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ରୂପେ ୨୦୦୯ରୁ ଅବସ୍ଥାପିତ ରହିଥିଲେ। ଗତ ବର୍ଷ ଜୁନ ମାସରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି କରାଯାଇଥିଲା। ମୀନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ନ ହଟାଇବା ପାଇଁ ପୂର୍ବରୁ ମେ’ ମାସରେ ୧୨ ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସର ବ୍ଲକ ସଭାପତି ଏବଂ ଜୟପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭୁବନେଶ୍ବରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୀନାକ୍ଷୀଙ୍କୁ ସଭାପତି ପଦରୁ ହଟାଗଲେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଦଶଟି ଜିଲ୍ଲାର ନୂଆ ସଭାପତି ନିଯୁକ୍ତି ବେଳେ କୋରାପୁଟ ଜିଲ୍ଲା ସଭାପତି ରୂପେ ଅବସ୍ଥାପିତ ମୀନାକ୍ଷୀଙ୍କୁ ହଟାଇ ଦିଆଯାଇଥିଲା। ଏହାର ପ୍ରତିବାଦରେ ଜୟପୁର ବିଧାୟକ ତଥା ମୀନାକ୍ଷୀଙ୍କ ସ୍ବାମୀ ତାରାପ୍ରସାଦ ବାହିନୀପତି ଓ ତାଙ୍କର ସମର୍ଥକମାନେ ଦିଲ୍ଲୀରେ ଏଆଇସିସିର ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତତ୍କାଳୀନ ଏଆଇସିସି ପ୍ରଭାରୀ ଏ.ଚେଲ୍ଲାକୁମାର, ସାଧାରଣ ସଂପାଦକ କେ.ସି. ବେଣୁଗୋପାଳଙ୍କୁ ସାକ୍ଷାତ କରି ମୀନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବା ନେଇ ପ୍ରତିବାଦ ଜଣାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button