ରାଜନୀତି

ବିହାରରେ ଜାତିଭିତ୍ତିକ ସର୍ଭେ କାରଣରୁ ମେଣ୍ଟରୁ ଇସ୍ତଫା ଦେଲେ ନୀତୀଶ କୁମାର: ରାହୁଲ ଗାନ୍ଧି – Kalinga News

[ad_1]

କୋଲକାତା: ବିହାରରେ ନୀତୀଶ କୁମାର ମହାମେଣ୍ଟରୁ ଇସ୍ତଫା ଦେଇ ଏନଡିଏ ସହ ହାତ ମିଳାଇବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନୀତୀଶଙ୍କ ମେଣ୍ଟ ବଦଳକୁ ନେଇ ନିଜର ମୁଁହ ଖୋଲିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ବିହାରରେ ଜାତିଭିତ୍ତିକ ସର୍ଭେ କାରଣରୁ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟରୁ ବିଦାୟ ନେଇଛନ୍ତି।

‘ନୀତୀଶ ଜୀ କାହିଁକି ଫସିଗଲେ ବୁଝିଲେ। ମୁଁ ତାଙ୍କୁ ସିଧାସଳଖ କହିଥିଲି ଯେ ଆପଣଙ୍କୁ ବିହାରରେ ଜାତିଭିତ୍ତିକ ଜନଗଣନା କରିବାକୁ ପଡ଼ିବ। ଆରଜେଡି ସହ ମିଶି ଆମେ (କଂଗ୍ରେସ) ସର୍ଭେ କରିବାକୁ ନୀତୀଶଙ୍କ ଉପରେ ଜୋର ଦେଇଥିଲୁ। କିନ୍ତୁ ବିଜେପି ଭୟଭୀତ ହୋଇଯାଇଥିଲା। ସେମାନେ ଏହି ଯୋଜନାକୁ ବିରୋଧ କରୁଛନ୍ତି। ନୀତୀଶ ଫସିଗଲେ ଏବଂ ବିଜେପି ତାଙ୍କୁ ପଳାଇଯିବା ପାଇଁ ପଛ ଦ୍ୱାର ଖୋଲିଦେଲା!’ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ‘ଆପଣମାନଙ୍କୁ ସମସ୍ତ ପ୍ରକାର ସାମାଜିକ ନ୍ୟାୟ ଦେବା ଆମ ମେଣ୍ଟ (ଇଣ୍ଡିଆ)ର ଦାୟିତ୍ୱ ଏବଂ ଏଥିପାଇଁ ଆମକୁ ନୀତୀଶ ଜୀଙ୍କ ଆବଶ୍ୟକତା ନାହିଁ’।

ନୀତୀଶ କୁମାର ରବିବାର ରେକର୍ଡ ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୀତୀଶ କୁମାର କହିଥିଲେ ଯେ ରାଜ୍ୟରେ ସବୁକିଛି ଠିକ୍‌ ନଥିବାରୁ ଏପରି ରାଜନୈତିକ ପରିସ୍ଥିତି ଉପୁଜିଛି। ତେବେ, ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ନୀତୀଶ କୁମାର ଟିକିଏ ଚାପରେ ମୁଣ୍ଡ ନୁଆଁଇ ’ୟୁ ଟର୍ଣ୍ଣ’ ନେବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ ଗାନ୍ଧି କହିଛନ୍ତି, ନୀତୀଶ ଜୀଙ୍କୁ ଚାପ ହେଉଛି, କାରଣ ଆମ ମେଣ୍ଟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button