ସ୍ୱାସ୍ଥ୍ୟ

ଆପଣଙ୍କ ପାଦ ରୁ ଅଚାନକ ଝାଳ ବାହାରୁଛି କି?ଯଦି ବାହାରୁଛି ତେବେ ସାବଧାନ ହୋଇଯାଆନ୍ତୁ ଏହା ହୋଇପାରେ କିଛି ବଡ଼ ରୋଗ ର ଲକ୍ଷଣ

କେହି ଏହି ଦୁନିଆ ରେ ଏମିତି ପ୍ରାଣୀ ନାହାନ୍ତି ଯାହାକୁ ରୋଗ ହୋଇନଥିବ।ତେବେ ରୋଗ ହେବ ପୂର୍ବ ରୁ ଆମ ଶରୀର ରେ ତା’ର କିଛି ଲକ୍ଷଣ ଦେଖାଯାଇଥାଏ।ବେଳେ ବେଳେ ସେହି ଲକ୍ଷଣ ଆମକୁ ଜଣା ପଡ଼ିଥାଏ ଏବଂ ବେଳେ ଆମେ ଜାଣିପାରି ନଥାଉ ଯେ ଏହା ମଧ୍ୟ କିଛି ରୋଗ ର ଲକ୍ଷଣ ହୋଇପାରେ।

ଯେହେତୁ ଆମେ ଲକ୍ଷଣ ଗୁଡ଼ିକ ଜାଣିନଥାଉ ସେଥି ପାଇଁ ଆମେ ବହୁତ ବଡ଼ ବଡ଼ ରୋଗ ର ଶିକାର ହୋଇଥାଉ।ତେବେ ଆଜିର ଏହି ରିପୋର୍ଟ ରେ ଆମେ ଆପଣ ମାନଙ୍କୁ ଏକ ଲକ୍ଷଣ ବିଷୟ ରେ କହିବୁ ଯାହାକୁ ଜାଣିବା ନିହାତି ଜରୁରୀ ମଣିଷ ପାଇଁ। ପାଠକ ଗଣ ସେହି ଲକ୍ଷଣ ଟି ହେଉଛି ପାଦ ରୁ ଅଚାନକ ଝାଳ ବାହାରିବା।

ମଣିଷ ଶରୀର ରୁ ଝାଳ ବାହାରିବା ଏକ ସ୍ୱାଭାବିକ କଥା।କାରଣ ଏହି ଝାଳ ଦେଇ ଆମ ଶରୀର କିଛି ବର୍ଜ୍ୟ ବସ୍ତୁ ନିର୍ଗତ ହୋଇଥାଏ।ଆଉ ଖରା ଦିନ ଅତ୍ୟଧିକ ଗରମ ଯୋଗୁଁ ଶରୀର ରୁ ନିଶ୍ଚୟ ଝାଳ ବାହାରେ।ତେବେ ଯଦି ଆମ ପାଦ ରୁ ଅଚାନକ ଝାଳ ବାହାରୁଛି ତେବେ ଏହାକୁ ସାଧାରଣ କଥା ଭାବିବା ହେଉଛି ଆମର ଭୁଲ୍।

କାରଣ ଏହା କିଛି ରୋଗ ର ସଙ୍କେତ ଆମକୁ ଦେଇଥାଏ।ପାଦ, ଅଣ୍ଡରଆର୍ମ୍,ହାତ ଏବଂ ପିଠି ରୁ ଝାଳ ବାହାରିବା ଆମକୁ ଗମ୍ଭୀର ରୋଗ ର ସଙ୍କେତ ଦେଇଥାଏ।ଏହାକୁ ଅବହେଳା କରିବା ହେଉଛି ଆମର ମୂର୍ଖାମି।ଯଦି ଆପଣ ଖାଇବା ପରେ ହଠାତ୍ ଆପଣଙ୍କ ପାଦ ରୁ ଝାଳ ବାହାରୁଛି ତେବେ ଏହା ଡାଇବେଟିସ ର ଲକ୍ଷଣ।

ଶରୀର ରେ ସୁଗର୍ ଲେବଲ୍ ବଢ଼ିଯିବା କାରଣ ରୁ ପାଦ ରୁ ଝାଳ ବାହାରିଥାଏ।ତେବେ ଏହା ଜାଣି ଆଗରୁ ହିଁ ଏହାର ନିରାକରଣ କରିନେବା ଉଚିତ୍।ଯଦି ଆପଣ ବିଚଳିତ ହେଉଛନ୍ତି ଏବଂ ତା ସହ ପାଦ ରୁ ଝାଳ ବହରୁଛି ଏବଂ ପାଦ ଥଣ୍ଡା ପଡ଼ିଯାଉଛି ତେବେ ଏହା ହାର୍ଟ ରୋଗ ର ଲକ୍ଷଣ।ଯଦି ଛାତି ଯନ୍ତ୍ରଣା ହେବା ସହ ପାଦ ରୁ ଝାଳ ବାହରୁଛି ତେବେ ଏହା ହାର୍ଟ ର ବିଭିନ୍ନ ରୋଗ ର ଲକ୍ଷଣ ଅଟେ। ଏଥି ପ୍ରତି ସାବଧାନ ରୁହନ୍ତୁ।

ଏହା ସହ ଯଦି ଜଣେ ମହିଳାଙ୍କ ୪୦ବର୍ଷ ପରେ ବିଚଳିତ ଲାଗିବା ସହ ପାଦ ରୁ ହଠାତ୍ ଝାଳ ବାହାରୁଛି ଏବଂ ଏହା ଲଗାତାର ଭାବରେ ହେଉଛି ତେବେ ଏହା ଋତୁସ୍ରାବ ବନ୍ଦ ହେବା କିମ୍ବା ମେନୋପଜ୍ ର ସଙ୍କେତ ଅଟେ।ଏହା ଏକ ରୋଗ ନୁହେଁ କିନ୍ତୁ ସବୁ ମହିଳା ଏହା ଜାଣିରଖିବା ଜରୁରୀ।ଥାଇରଏଡ ହେଉଛି ଏକ ଗମ୍ଭୀର ରୋଗ।

ଏହାକୁ ସମୟ ପୂର୍ବରୁ ଜାଣି ଏହାର ଚିକିତ୍ସା କରିଲେ ଏହାକୁ ଗୁରୁତ୍ବ ହେବା ରୁ ରୋକାଯାଇ ପାରିବ।ତେବେ ଥାଇରଏଡ ହେବା ପୂର୍ବରୁ ବିଭିନ୍ନ ଲକ୍ଷଣ ଦେଖା ଯାଇଥାଏ।ସେହି ଲକ୍ଷଣ ଗୁଡ଼ିକ ମଧ୍ୟ ରୁ ପାଦ ରୁ ଝାଳ ବାହାରିବା ଏକ ଲକ୍ଷଣ ଅଟେ।ତେବେ ଭୁତାଣୁ ଜନିତ ସଂକ୍ରମଣ, ଫୁସଫୁସ୍ ଜନିତ ସମସ୍ୟା,ଷ୍ଟ୍ରୋକ୍ କିମ୍ବା ମେଡ଼ିସିନ୍ ର ଅତ୍ୟଧିକ ବ୍ୟବହାର କାରଣ ରୁ ମଧ୍ୟ ପାଦ ରୁ ଝାଳ ବାହାରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button