ଦେଶ- ବିଦେଶ

ଆମେରିକାରେ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ବାରା ପ୍ରଥମ ମୃତ୍ୟୁଦଣ୍ଡ – Kalinga News

[ad_1]

ୱାସିଂଟନ୍: ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯାଇଛି। ତେବେ ଏହି ଘଟଣାରେ ହ୍ଵାଇଟ୍ ହାଉସ୍ ଗଭୀର ଅସନ୍ତୋଷ ପ୍ରକାଶ କରିଛି। ଜାତିସଂଘ ଓ ୟୁରୋପୀୟ ସଂଘ ମଧ୍ୟ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଦକ୍ଷିଣ ଆଲାବାମା ରାଜ୍ୟ ଗୁରୁବାର ଦିନ ଜଣେ ୫୮ ବର୍ଷୀୟ ଦୋଷୀ କେନେଥ୍ ସ୍ମିଥ୍ଙ୍କୁ ଏକ ଫେସ୍ମାସ୍କରେ ନାଇଟ୍ରୋଜେନ ଗ୍ୟାସ୍ ଦେଇ ଅଣନିଃଶ୍ବାସୀ କରି ହତ୍ୟା କରିଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରିନ୍ ଜିନ୍ ପ୍ୟାରୀ ଗଣମାଧ୍ୟମକୁ କହିଛନ୍ତି, ନାଇଟ୍ରୋଜେନ୍ ଗ୍ୟାସ୍ର ବ୍ୟବହାର ଚିନ୍ତାଜନକ। ଏଥିରେ ଆମେ ଗଭୀରଭାବେ ବ୍ୟଥିତ। ଆମେରିକାରେ ମାରାତ୍ମକ ଇଞ୍ଜେକ୍ସନ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି କିନ୍ତୁ ଆଲାବାମା ଓ ଅନ୍ୟ ଦୁଇଟି ରାଜ୍ୟ – ଓକ୍ଲାହୋମା ଓ ମିସିସିପି ନାଇଟ୍ରୋଜେନ ଗ୍ୟାସ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆଲାବାମାର ଆଟର୍ଣ୍ଣି ଜେନେରାଲ ଷ୍ଟିଭ୍ ମାର୍ଶାଲ ଶୁକ୍ରବାର ସ୍ମିଥ୍ଙ୍କୁ ନାଇଟ୍ରୋଜେନ୍ ମାଧ୍ୟମରେ ଶ୍ୱାସରୁଦ୍ଧ କରି ମୃତ୍ୟୁଦଣ୍ଡ ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ନାଇଟ୍ରୋଜେନ୍ ଗ୍ୟାସ୍ ଦିଆଯିବା ପରେ ସ୍ମିଥ୍ ପାଖାପାଖି ୨ରୁ ୪ ମିନିଟ୍ ପର୍ଯ୍ୟନ୍ତ ଚିତ୍କାର କରିବା ସହ ହାତଗୋଡ଼ ଛାଟିଥିଲେ ଏବଂ ଏହା ପରେ ପାଖାପାଖି ୫ ମିନିଟ୍ ପ୍ରବଳ ଜୋରରେ ନିଃଶ୍ବାସପ୍ରଶ୍ୱାସ ନେଇଥିଲେ। ତା’ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button