ଦେଶ- ବିଦେଶ

ଦିଲ୍ଲୀରେ ପୁଲିସ ଅଧିକାରୀଙ୍କ ନିଖୋଜ ପୁଅକୁ ହତ୍ୟା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସହକାରୀ କମିସନର ଯଶପାଲ ସିଂହଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ୟ ଚୌହାନ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ଲକ୍ଷ୍ୟ ଚୌହାନଙ୍କୁ ହତ୍ୟା କରାଯାଇଛି। ଲକ୍ଷ୍ୟ ତାଙ୍କର ଅନ୍ୟ ଦୁଇଜଣ ବନ୍ଧୁଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ ମୃତଦେହ ଏକ କେନାଲରୁ ମିଳିଥିବା ଜଣାପଡ଼ିଛି। ତିସ୍ ହଜାରୀ କୋର୍ଟର ଓକିଲ ଚୌହାନଙ୍କୁ ତାଙ୍କର ଦୁଇ ସାଙ୍ଗ ବିକାଶ ଭରଦ୍ୱାଜ ଓ ଅଭିଷେକ ଆର୍ଥିକ ବିବାଦକୁ କେନ୍ଦ୍ର କରି ହରିୟାଣାର ଏକ କେନାଲକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ପରଦିନ ସେ ଘରକୁ ନ ଫେରିବାରୁ ଏସିପି ଯଶପାଲ ସିଂହ ନିଖୋଜ ଅଭିଯୋଗ କରିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତଦନ୍ତ ଆଗକୁ ବଢ଼ିବା ପରେ ଚୌହାନ ଓ ଭରଦ୍ୱାଜଙ୍କ ମଧ୍ୟରେ ଆର୍ଥିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିଲା। ଭରଦ୍ବାଜଙ୍କଠାରୁ ଚୌହାନ ଋଣ ନେଇଥିଲେ ଏବଂ ପରିଶୋଧ ନ କରିବାରୁ ଉଭୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ବୋଲି ଗିରଫ ହୋଇଥିବା ଅଭିଷେକ ସ୍ବୀକାର କରିଛନ୍ତି। ଏକ ସପ୍ତାହ ଧରି ଖୋଜାଖୋଜି ପରେ ଗିରଫ ହୋଇଥିବା ଅଭିଷେକ ପ୍ରକାଶ କରିଛନ୍ତି ଯେ ଭରଦ୍ୱାଜ ତାଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିଥିଲେ ଏବଂ ଚୌହାନଙ୍କ ବିଷୟରେ ତାଙ୍କର ଅଭିଯୋଗ ଜଣାଇଥିଲେ। ଫେରିବା ସମୟରେ ଦୁହେଁ ପୁଲିସ ଅଧିକାରୀଙ୍କ ପୁଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button