ଦେଶ- ବିଦେଶ

୨୩ ରାଜ୍ୟ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ଘୋଷଣା – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ବିଜେପି ଆଜି ୨୩ଟି ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଦାୟିତ୍ବରେ ଦଳର ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ଜୟ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନୀଙ୍କୁ ଚଣ୍ଡୀଗଡ଼ ଓ ପଞ୍ଜାବର ପ୍ରଭାରୀ ନିଯୁକ୍ତ କରାଯାଇଛି। ଆଣ୍ଡାମାନ ନିକୋବର ପାଇଁ ୱାଇ ସତ୍ୟ କୁମାର, ଅରୁଣାଚଳ ପ୍ରଦେଶ ପାଇଁ ଆସାମ ମନ୍ତ୍ରୀ ଆଶୋକ ସିଂଘଲ, ବିହାର ପାଇଁ ବିନୋଦ ତାବଡ଼େ ଓ ସାଂସଦ ଦୀପକ ପ୍ରକାଶ, ଡାମନ ଓ ଡିଉ ପାଇଁ ଗୁଜରାଟର ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ତଥା ବିଧାୟକ ପୂର୍ନେଶ ମୋଦୀ ଓ ଭାରୁଚ ବିଧାୟକ ଦୁଷ୍ମନ୍ତ ରଜନୀକାନ୍ତ ପଟେଲ୍, ଗୋଆ ପାଇଁ ଆଶୀଷ ସୁଦ, ହରିୟାଣା ପାଇଁ ସାଂସଦ ବିପ୍ଲବ କୁମାର ଦେବ, ସାଂସଦ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ପାଇଁ ବିଧାୟକ ଶ୍ରୀକାନ୍ତ ଶର୍ମା, ସଂଜୟ ଟଣ୍ଡନ, ଜମ୍ମୁ ଓ କଶ୍ମୀର ପାଇଁ ତରୁଣ ଚୁଧ ଓ ଆଶିଷ ସୁଦ, ଝାଡ଼ଖଣ୍ଡ ପାଇଁ ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ପ୍ରଭାରୀ ଭାବେ ସାଂସଦ ରାଧା ମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡି, କେରଳ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର, ଲଦାଖ ପ୍ରଭାରୀ ତରୁଣ ଚୁଧ, ଲାକ୍ଷାଦ୍ବୀପ ପାଇଁ ଅରବିନ୍ଦ ମେନନ, ମଧ୍ୟପ୍ରଦେଶରେ ବିଧାନ ପରିଷଦ ସଦସ୍ୟ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, ଓଡ଼ିଶା ପାଇଁ ସାଂସଦ ବିଜୟପାଲ ସିଂହ ତୋମର ଓ ବିଧାୟକ ସୁଶ୍ରୀ ଲତା ଉସଁଡି, ପୁଡ଼ୁଚେରୀରେ ନିର୍ମଳ କୁମାର ସୁରାଣା, ପଞ୍ଜାବରେ ଡା ନରିଦର ସିଂହ, ସିକ୍କିମ୍ ପାଇଁ ବିଧାନ ପରିଷଦ ସଦସ୍ୟ ଡା ଦିଲୀପ ଜୟସ୍ବାଲ, ତାମିଲନାଡ଼ୁ ପାଇଁ ଅରବିନ୍ଦ ମେନନ ଓ ସୁଧାକରଣ ରେଡ୍ଡି, ଉତ୍ତରାଖଣ୍ଡ ନିମନ୍ତେ ଦୁଷ୍ମନ୍ତ କୁମାର ଗୌତମ, ପଶ୍ଚିମବଙ୍ଗରେ ବିଧାନ ପରିଷଦ ସଦସ୍ୟ ମଙ୍ଗଳ ପାଣ୍ଡେ, ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଓ ସୁଶ୍ରୀ ଆଶା ଲକଡ଼ାଙ୍କୁ ଦାୟିତ୍ବ ଦିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button