ମନୋରଞ୍ଜନ

ଆଗକୁ ଫିଲ୍ମ ନମିଳିଲେ ଘର ବିକ୍ରି କରି ଏହି କାମ କରିବି ବୋଲି ଭାବିଛି: ନୱାଜ୍ – Kalinga News

[ad_1]

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ଅଭିନେତା ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ତାଙ୍କୁ ସଫଳତା ଏବଂ ଖ୍ୟାତି ମିଳିସାରିଥିଲେ ବି କାମ ନମିଳିବାର ଡର ଏବେ ବି ନୱାଜଙ୍କ ମନରେ ରହିଛି। ହେଲେ କାମ ନମିଳିଲେ ସେ କ’ଣ କରିବେ, ତାହା ମଧ୍ୟ ଭାବି ସାରିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ,  ‘ଯଦି ମୋ ପାଖରେ ଆସନ୍ତାକାଲି କାମ ନଥିବ, ତେବେ ମୁଁ ଯାଇ କାମ ମାଗି ପାରିବି ନାହିଁ। ମୋର କାମ ମାଗିବାକୁ ସାହସ ନାହିଁ। କାମ ମାଗିବା ପରିବର୍ତ୍ତେ ମୁଁ ମୋ ଘର, ଜୋତା ଏବଂ ସବୁକିଛି ବିକ୍ରି କରି ନିଜେ ଏକ ଫିଲ୍ମ ତିଆରି କରିବି। ମୁଁ ଏହାକୁ ନେଇ ବହୁତ ଆତ୍ମବିଶ୍ୱାସୀ। ମୁଁ ମୋ ଜୀବନରେ କେବେବି କାହାକୁ କାମ ମାଗିପାରିବି ନାହିଁ। ଅଭିନୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେବଳ ଚଳଚ୍ଚିତ୍ରରେ ଯେ ଅଭିନୟ କରିହେବ ତ‌ାହା ଜରୁରୀ ନୁହେଁ। ମୁଁ ରାସ୍ତାରେ, ଟ୍ରେନ୍ କିମ୍ବା ବସରେ ଅଭିନୟ କରିପାରିବି।

ଉଲ୍ଲେଖଯୋଗ୍ୟ, ୧୯୯୯ରେ ମୁକ୍ତିଲାଭ କରିଥିବା ଆମୀର ଖାନଙ୍କ ଫିଲ୍ମ ‘ସରଫରୋଶ’ ସହିତ ନୱାଜୁଦ୍ଦିନ ସିଦ୍ଦିକି ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’ରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା।  ଏହି ଅଭିନେତା ‘ବଜରଙ୍ଗୀ ଭାଇଜାନ୍’, ‘ମାଞ୍ଜୀ: ଦି ମାଉଣ୍ଟେନ୍ ମ୍ୟାନ୍’, ‘ଟିକୁ ୱେଡ୍ସ ଶେରୁ’, ‘କିକ୍’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ତେଲୁଗୁ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ସୈନ୍ଧବ’ରେ ଦେଖାଯାଇଥିଲା। ଆଗକୁ ସେ ‘ସେକ୍ସନ୍ ୧୦୮’ରେ ନଜର ଆସିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button