ଦେଶ- ବିଦେଶ

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ, ରାବଡ଼ିଙ୍କୁ ସମନ୍ କଲେ ଦିଲ୍ଲୀ କୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀ କୋର୍ଟ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ପ୍ରସାଦ ଯାଦବ , ତାଙ୍କ ପତ୍ନୀ ଏବଂ ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ , ସେମାନଙ୍କ ଝିଅ ହେମା ଯାଦବ ଏବଂ ଅନ୍ୟମାନଙ୍କୁ ଆସନ୍ତା ଫେବ୍ରୁଆରି ୯ ତାରିଖରେ ଦିଲ୍ଲୀ କୋର୍ଟ ସମନ୍ କରିଛନ୍ତି। ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି ମାମଲାରେ ରାବଡି ଦେବୀ, ମିସା ଭାରତୀ, ଅମିତ କତ୍ୟାଲି, ହୃଦୟାନନ୍ଦ ଜୌଧରୀ ଏବଂ ଅନ୍ୟମାନଙ୍କ ନାଁରେ ଏହାର ପ୍ରଥମ ଚାର୍ଜସିଟ୍ ଜାରି କରିଥିଲା। ରୋଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିବା ସହ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଥିବା ଜାଣିଛନ୍ତି। ଫଳରେ କୋର୍ଟ ଲାଲୁ, ରାବଡ଼ି ଏବଂ ଅନ୍ୟମାନଙ୍କୁ ସମନ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଣ୍ଟ ବଦଳାଇବା ବିଷୟକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏହି ସମୟରେ ପୁଣିଥରେ କୋର୍ଟ ଲାଲୁଙ୍କୁ ସମନ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଲାଲୁ ରେଳ ମନ୍ତ୍ରୀ ଥିବା ସମୟରେ ଚାକିରି ପାଇଁ ଜମି ଦୁର୍ନୀତି ହୋଇଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button