ଖେଳ ଖବର

ହାଇଦ୍ରାବାଦ ଟେଷ୍ଟ : ଓଲି ପୋପଙ୍କ ଶତକ, ଭାରତକୁ ଇଂଲଣ୍ଡର ଲଢୁଆ ଜବାବ – Kalinga News

[ad_1]

ହାଇଦ୍ରାବାଦ : ହାଇଦ୍ରାବାଦ ଟେଷ୍ଟରେ ନିଜର ୨ୟ ଇନିଂସରେ ଭାରତକୁ ଲଢୁଆ ଜବାବ ଦେଇଛି ଇଂଲଣ୍ଡ । ଫଳରେ ୨ୟ ଦିବସ ଖେଳ ଶେଷସୁଦ୍ଧା ଦଳ ୬ ଓ୍ବିକେଟରେ ୩୧୬ ରନ କରିଛି ଓ ଭାରତଠାରୁ ୧୨୬ ରନରେ ଆଗୁଆ ହୋଇଯାଇଛି ।

ଭାରତ ଆଜି ନିଜର ଗତକାଲିର ଅସମାପ୍ତ ସ୍କୋର ୪୨୧/୭ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଭାରତ ୪୩୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୮୦, କେଏଲ୍ ରାହୁଲ ୮୬ ଓ ରବୀନ୍ଦ୍ର ଜାଦେଜା  ୮୭ ରନର ପାଳି ଖେଳିଥିଲେ । ଏହା ପରେ ଇଂଲଣ୍ଡ ନିଜର ୨ୟ ଇନିଂସରେ ଭଲ ଆରମ୍ଭ କରିଥିଲେ ବି ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ଏପରିକି ଦଳ ୧୬୩ରନରେ ୫ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଓଲି ପୋପ୍ ଲଢୁଆ ବ୍ଯାଟିଂ କରି ଇଂଲାଣ୍ଡ ତରଫରୁ ଭାରତକୁ ଦୃଢ ଜବାବ ଦେଇଥିଲେ । ସେ ୧୪୮ ରନ କରି ଅପରାଜିତ ଥିବାବେଳେ ତାଙ୍କ ସହ ଅଛନ୍ତି ରେହାନ ଅହମ୍ମଦ । ବେନ ଡକେଟ୍ ୪୭ ରନର ପାଳି ଖେଳିଥିବାବେଳେ ବେନ ଫୋକ୍ସ ୩୪ ରନ କରିଥିଲେ । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button