ଖେଳ ଖବର

ଶତକ କରିବା ପରେ ରୋହିତ କରିଥିବା କାମ କିଣିଲା ଲୋକଙ୍କ ମନ – Kalinga News

[ad_1]

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ୧୦୫ରନର ଇନିଂସ ଖେଳିଥିଲେ। ୧୦୫ରନ୍ କରି ବି ରୋହିତ ତାଙ୍କ ଦଳକୁ ବିଜୟ ଆଡକୁ ନେଇପାରିନଥିଲେ ମଧ୍ୟ ତାଙ୍କ ଇନିଂସ ନିଶ୍ଚିତ ଭାବରେ ପ୍ରଶଂସକଙ୍କୁ ଖୁସିରେ ନାଚିବାର ସୁଯୋଗ ଦେଇଥିଲା। ରୋହିତ ୬୩ବଲରେ ୧୦୫ରନ ସ୍କୋର କରିଥିଲେ ଯେଉଁଥିରେ ୧୧ଟି ଚୌକା ଓ ୫ଟି ଛକା ଥିଲା। ‌ତେବେ ରୋହିତ ଏତେ ଭଲ ପ୍ରଦର୍ଶନ କରିବା ପରେ ଯେଉଁଭଳି ଭାବେ ପ୍ରତିକ୍ରିୟା ଦେଇଥିଲେ ତାହା ଷ୍ଟାଡିୟମରେ ଉପସ୍ଥିତ ସମସ୍ତ କ୍ରିକେଟପ୍ରେମୀଙ୍କ ମନ କିଣିଥିଲା ଏବଂ ଏବେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି।

ସାଧାରଣତଃ ଦେଖାଯାଏ ଯେ, କ୍ରିକେଟରମାନେ ଶତକ କରିବା ପରେ ବ୍ୟାଟ ଉଠାଇ ଖୁସି ବ୍ୟକ୍ତ କରନ୍ତି। ହେଲେ ରୋହିତ୍ ଏଭଳି ନକରି କେବଳ ସାଥୀ ଖୋଳାଳିଙ୍କ ସହ ହାତ ମିଳାଇଥିଲେ। ଦଳର ପ୍ରଦର୍ଶନ ଭଲ ନଥିବା ସହ ଦଳ ହାରିବାକୁ ଯାଉଥିବା ଜାଣି ରୋହିତ ନିଜ ଖୁସିକୁ ପାଳନ କରିନଥିଲେ ବୋଲି କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button