ମନୋରଞ୍ଜନ

ବିକି ପାର୍ଟି କରୁଥିବା ଜାଣି ଚାପୁଡ଼ା ମାରିବା କଥା କହିଲେ ଅଙ୍କିତା – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ।

ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନଥିଲା। ହେଲେ କମ ପାରିଶ୍ରମିକ ନେଇ ଘରକୁ ଆସିଥିବା ବିକିିଙ୍କ ଯୋଗଦାନ ସୋ’ ପାଇଁ ଅଧିକ ରହିଥିବା ଦେଖିବାକୁ ପାଇଥିଲେ ଦର୍ଶକ। ୧୦୦ରୁ ଅଧିକ ଦିନ ଘରେ ରହି ଏବେ ସେ ଘରୁ ବାହାରକୁ ଆସି ସାରିଥିବା ବେଳେ ଅନେକ ବିଗ୍ ବସ୍ ପ୍ରତିଯୋଗୀଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଛି। ଏବିଷୟରେ ଅଙ୍କିତା ଜାଣିବା ପରେ ତାଙ୍କୁ ଚାପୁଡ଼ା ମାରିବା କଥା କହିଛନ୍ତି।

ଆସନ୍ତାକାଲି ସୋ’ର ଫାଇନାଲ ଥିବା ବେଳେ ଲୋକପ୍ରିୟ ନିର୍ଦ୍ଦେଶକ-ପ୍ରଯୋଜକ ରୋହିତ୍ ସେଟ୍ଟୀ ବିଗ୍ ବସକୁ ଯାଇ ପ୍ରତିଯୋଗୀଙ୍କ ସେମାନଙ୍କ ଯାତ୍ରା ବିଷୟରେ ଜଣାଇଥିଲେ। ସୋ’ ଶେଷ ପର୍ଯ୍ୟନ୍ତ ସେମାନେ କ’ଣ ସବୁ ଭୁଲ କରିଥିଲେ ତାହା ଟପ୍-୫ପ୍ରତିଯୋଗୀଙ୍କୁ ଜଣାଇଥିଲେ ରୋହିତ୍। ଏହି ସମୟରେ ସେ ଅଙ୍କିତାଙ୍କୁ ବିକି ବାହାରକୁ ଯାଇ ୨ଥର ପାର୍ଟି କରିସାରିଲେଣି ବୋଲି କହିଥିଲେ। ଏହା ଶୁଣି ଅଙ୍କିତା ହସି ହସି ସ୍ବାମୀଙ୍କୁ ଚାପଡ଼ା ମାରିବା କଥା କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button