ଖେଳ ଖବର

ଶୋଏବଙ୍କ ତୃତୀୟ ବିବାହ ଖବର ଶୁଣି ଏଭଳି ମଜାଦାର ପ୍ରତିକ୍ରିୟା ଦେଲେ ଶାହିଦ ଆଫ୍ରିଦି – Kalinga News

[ad_1]

ଇସଲାମାବାଦ: ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଛନ୍ତି। ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି।

ତେବେ ତୃତୀୟ ବିବାହକୁ କିଛି ଲୋକ ସମର୍ଥନ କରିଥିଲେ ବି କିଛି ଲୋକ ଶୋଏବ ଓ ସନାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଏମଧ୍ୟରେ ପାକ୍ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦି, ଶୋଏବଙ୍କ ତୃତୀୟ ବିବାହକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶୋଏବ ମଲିକଙ୍କୁ ଶୁଭେଚ୍ଛା ଜଣାଉଛି। ଭଗବାନ ତାଙ୍କୁ ଏହି ଜୀବନସାଥୀଙ୍କ ସହ ସାରା ଜୀବନ ଖୁସିରେ ରଖନ୍ତୁ।

ତେବେ ଶୋଏବଙ୍କର ଅନେକଙ୍କ ସହ ଅନୈତିକ ସମ୍ପର୍କ ଥିବା ବେଳେ ସେ ଗତ ତିନି ବର୍ଷ ଧରି ସାନିଆଙ୍କୁ ଧୋକା ଦେଉଥିବା ଜଣାପଡ଼ିଥିଲା। ଏକ ପୋଡକାଷ୍ଟରେ ଶୋଏବ ଏବଂ ସନାଙ୍କ ସମ୍ପର୍କ ବିଷୟରେ ପାକିସ୍ତାନୀ ସାମ୍ବାଦିକ ନଇମ ହନିଫ ବଡ଼ ଖୁଲାସା କରି କହିଥିଲେ ଯେ, ଦୁହେଁ ପ୍ରଥମ ଥର ପାଇଁ ଏକ ରିଆଲିଟି ସୋ’ରେ  ପରସ୍ପରକୁ ଭେଟିଥିଲେ ଏବଂ ପ୍ରଥମ ଦେଖାରୁ ହିଁ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଉଭୟ ଗତ ତିନି ବର୍ଷ ଧରି ଡେଟ୍ କରୁଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button