ଦେଶ- ବିଦେଶ

ପ୍ରଥମ ଦିନରେ ରାମ ମନ୍ଦିରକୁ ମିଳିଲା ୩ କୋଟିରୁ ଅଧିକ ଅନଲାଇନ ପାଣ୍ଠି – Kalinga News

[ad_1]

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ମନ୍ଦିରକୁ ଅନଲାଇନ ମାଧ୍ୟମରେ ୩ କୋଟି ଟଙ୍କାରୁ ଅଧିକ ପାଣ୍ଠି ମିଳିଛି। ଅନଲାଇନ ପ୍ରକ୍ରିୟାରେ ମନ୍ଦିରକୁ ପ୍ରଥମ ଦିନରେ ୩ କୋଟି ୧୭ ଲକ୍ଷ ଟଙ୍କା ମିଳିଛି। ଦେଶ ଏବଂ ଦେଶ ବାହାରୁ ମନ୍ଦିର ବ୍ୟାଙ୍କ ଆକାଉଣ୍ଟ୍କୁ ଏହି ଟଙ୍କା ଆସିଛି। ଅନ୍ୟପକ୍ଷେ ମନ୍ଦିରରେ ରଖାଯାଇଥିବା ୧୦ଟି ଡୋନେସନ୍ ପାତ୍ରରେ ପକାଯାଇଥିବା ଟଙ୍କା ଏବଂ ଚେକ୍ ଏପପର୍ଯ୍ୟନ୍ତ ଗଣାଯାଇନି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ଅନୀଲ ମିଶ୍ର କହିଛନ୍ତି , ମଙ୍ଗଳବାର, ରାମ ମନ୍ଦିରରେ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ବୁଧବାର ମଧ୍ୟ ୫ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିଥିଲେ। ଉଲ୍ଳେଖଯୋଗ୍ୟ ଯେ ୨୨ ତାରିଖରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ସାରା ଦେଶ ଭକ୍ତିରେ ଭିଜିଥିଲା। ଦେଶ ସମେତ ବିଦେଶରୁ ମଧ୍ୟ ରାମଙ୍କର ଭକ୍ତମାନେ ଉତ୍ସବରେ ପରୋକ୍ଷରେ ସାମିଲ ହୋଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button