ମନୋରଞ୍ଜନ

ନିଜ ପାର୍ଟନରଙ୍କୁ ଏପରି କୌତୂକିଆ ନାମରେ ଡାକନ୍ତି ବଲିଉଡ୍‌ ସେଲିବ୍ରିଟି – Kalinga News

[ad_1]

ମୁମ୍ବାଇ: ସାଧାରଣତଃ ଲୋକେ ନିଜ ପାର୍ଟନରଙ୍କୁ ଶ୍ରଦ୍ଧାରେ ଭିନ୍ନ ଏକ ନାମରେ ଡାକିଥାନ୍ତି। ସିନେ ଷ୍ଟାର୍‌ମାନେ ବି ସେମାନଙ୍କ ପାର୍ଟନରଙ୍କର ଶ୍ରଦ୍ଧା ନାମ ରଖିଛନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ବଲିଉଡ୍‌ ସେଲିବ୍ରିଟିଙ୍କ ବିଷୟରେ, ଯେଉଁମାନେ କି ନିଜ ପାର୍ଟନରଙ୍କୁ ସୁନ୍ଦର ଓ କୌତୂକିଆ ନାମରେ ଡାକିଥାନ୍ତି।

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ବିବାହ କରିଥିଲେ। ଜାଣିବାକୁ ମିଳିଛି ଯେ ଭିକି ତାଙ୍କ ପତ୍ନୀ କ୍ୟାଟ୍‌ଙ୍କୁ ‘ପ୍ୟାନିକ୍‌ ବଟନ୍‌’ ନାମରେ ଡାକନ୍ତି।

ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍‌ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସ ୨୦୧୮ ମସିହାରେ ବିବାହ କରିଥିଲେ। ଜାଣିବାକୁ ମିଳିଛି ଯେ ପ୍ରିୟଙ୍କା ତାଙ୍କ ପାର୍ଟନରଙ୍କୁ ‘ଜାନ୍‌’ ବୋଲି ଡାକନ୍ତି।

ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ୍‌ଭାନିଙ୍କ ବିବାହ ୨୦୨୩ ମସିହା ଫେବ୍ରୁଆରି ୭ ତାରିଖରେ ହୋଇଥିଲା। ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ କିଆରାଙ୍କ ପାଇଁ ଗୋଟାଏ ନୁହେଁ ବରଂ ୩ଟି ଭିନ୍ନ ନାମ ରଖିଛନ୍ତି। ସେହି ତିନୋଟି ନାମ ହେଉଛି ‘ଲଭ୍‌’, ‘କି’ ଏବଂ ‘ଓ’। ସେହିପରି କିଆରା କେବେ କେବେ ତାଙ୍କ ସ୍ବାମୀଙ୍କୁ ‘ମାଙ୍କଡ଼’ ବୋଲି ଡାକିଥାନ୍ତି।

ସେହିପରି ବଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ‘ଦେବୀ ଜୀ’ କହିକି ଡାକନ୍ତି। ‌ସେ ଦୁହେଁ ୧୯୭୩ ମସିହା ଜୁନ୍‌ ୩ ତାରିଖରେ ବାହା ହୋଇଥିଲେ। ତେବେ ଦେବୀ ଜୀ ପୂର୍ବରୁ ବିଗ୍‌ ବି ଜୟାଙ୍କୁ ‘ମ୍ୟାଡାମ୍‌’ କହିକି ଡାକୁଥିଲେ।

ରଣବୀର କପୁର ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ‘ବିଗ୍‌ ବି’ ବୋଲି କହି ଡାକନ୍ତି। କାରଣ ସେ ଭାବନ୍ତି ଯେ ଆଲିଆ ଆଜିକା ସମୟର ଅମିତାଭ ବଚ୍ଚନ। ରଣବୀର ଓ ଆଲିଆ ୨୦୨୨ ମସିହା ଏପ୍ରିଲ୍ ୧୪ରେ ବିବାହ କରିଥିଲେ।

କ୍ରିକେଟର୍‌ ବିରାଟ କୋହଲି ଓ ଅନୁଷ୍କା ଶର୍ମା ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜାଣିବାକୁ ମିଳିଛି ଯେ ବିରାଟ ଗେହ୍ଲାରେ ଅନୁଷ୍କାଙ୍କୁ ‘ନୁଷ୍କି’ କହିକି ଡାକନ୍ତି।

ରଣବୀର ସିଂହ ଓ ଦୀପିକା ପାଦୁକୋନ ୨୦୧୮ ମସିହା ନଭେମ୍ବର ୧୪ ତାରିଖରେ ବିବାହ କରିଥିଲେ। ରଣବୀର ତାଙ୍କ ପତ୍ନୀଙ୍କୁ ‘ବଟର୍‌ଫ୍ଲାଏ’ ବୋଲି ଡାକନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button