ଭାରତୀୟ ଟେଷ୍ଟ୍ ଦଳରେ ନୂଆ ସମ୍ଭାବନା: ମା’ଙ୍କ ସୁନା ଚେନ୍ ବିକି କ୍ରିକେଟ୍ କିଟ୍ କିଣିଥିଲେ ଜୁରେଲ – Kalinga News

[ad_1]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍ ଲାଗି ଭାରତୀୟ ଦଳରେ ଅବିଶ୍ବସନୀୟ ଭାବେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି। ଏହି ୨୨ ବର୍ଷୀୟ ଉତ୍ତରପ୍ରଦେଶ ୱିକେଟ୍କିପର ବ୍ୟାଟର୍ ଗୋଟିଏ ବର୍ଷ ତଳେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ୧୫ ମ୍ୟାଚ୍ ଖେଳି ୪୬ ହାରାହାରି ଓ ୨୪୯ ରନ୍ ଶ୍ରେଷ୍ଠ ସହ ୭୯୦ ରନ୍ ସଂଗ୍ରହ କରିଛନ୍ତି। ୨୦୨୩ ଆଇପିଏଲ୍ରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୁରେଲ ଫିନିସର୍ ଭୂମିକା ତୁଲାଇଥିଲେ। ପଦାର୍ପଣ ମ୍ୟାଚ୍ରେ ସେ ୧୫ ବଲ୍ରେ ୩୨ ରନ୍ କରିଥିଲେ। ହେଲେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ୧୫ ବଲ୍ରୁ ୩୪ ରନ୍ ତାଙ୍କୁ ଆଗକୁ ଆଣିଥିଲା। ଆଇପିଏଲ୍ ପ୍ରଦର୍ଶନ ପରେ ଏମର୍ଜିଂ ଟିମ୍ସ ଏସିଆ କପ୍ରେ ୧୭୨ ଷ୍ଟ୍ରାଇକ୍ରେଟ୍ରେ ୧୫୨ ରନ୍ କରିଥିଲେ। ଏହାପରେ ଭାରତୀୟ ‘ଏ’ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ସେତେବେଳେ ଟେଷ୍ଟ୍ରେ ୱିକେଟ୍କିପର ଦାୟିତ୍ବ ପାଇଁ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ଦିନିଆ ମ୍ୟାଚ୍ରେ ସେ ୬୯ ରନ୍ର ପାଳି ଖେଳି ପ୍ରଥମ ପାଳିରେ ଦଳକୁ ଅଗ୍ରଣୀ ଦେଇଥିଲେ। ଗତ ସପ୍ତାହରେ କେରଳ ବିପକ୍ଷ ରଣଜୀ ଟ୍ରଫିରେ ସେ ୭ ନମ୍ବର ସ୍ଥାନରେ ଖେଳି ୬୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଈଶାନ କିଶନ ବିଶ୍ରାମ ନେବା ଲାଗି ଚାହିବାରୁ ଜୁରେଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ କେଏଲ୍ ରାହୁଲ ଓ କେଏସ୍ ଭରତଙ୍କ ପରେ ତୃତୀୟ ୱିକେଟ୍କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଗିଲ ଯୁଦ୍ଧ ଭେଟେରାନ ନେମ ସିଂହ ଜୁରେଲଙ୍କ ପୁଅ ଧ୍ରୁବଙ୍କ ପାଇଁ କ୍ରିକେଟ୍ ଖେଳିବା ସହଜ ନଥିଲା। ଖାଲି ତାଙ୍କ ବାପା ନୁହେଁ, ପରିବାର ମଧ୍ୟ କ୍ରିକେଟ୍ ଖେଳିବା ଲାଗି ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଥିଲା। ଏକ ସାକ୍ଷାତକାରରେ ଜୁରେଲ କହିଛନ୍ତି, ‘‘ମୁଁ ବାପାଙ୍କୁ କହିଥିଲି କିଟ୍ କିଣିବି। ଏଥିଲାଗି ୮୦୦୦ ଖର୍ଚ୍ଚ ହେବ। ଏହା ଶୁଣି ବାପା ସ୍ତବ୍ଧ ହୋଇଯାଇଥିଲେ ଏବଂ କହିଥିଲେ, କ୍ରିକେଟ୍ ଖେଳିବା ବନ୍ଦ କରିଦେ। ମା’ ତାଙ୍କ ସୁନା ଚେନ୍ ବିକି କିଟ୍ କିଣିବାକୁ ଟଙ୍କା ଦେଇଥିଲେ।’’ ୧୪ ଓ ୧୬ ବର୍ଷରୁ କମ୍ ବୟସ ବର୍ଗରେ ଭଲ ପ୍ରଦର୍ଶନ ଦେବା ପରେ ୨୦୨୦ ମସିହାରେ ୧୯ ବର୍ଷରୁ କମ୍ ଦଳରେ ସେ ସ୍ଥାନ ପାଇଥିଲେ। ୨୦୨୨ ଆଇପିଏଲ୍ ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ପ୍ରଥମ ବର୍ଷ ସେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନଥିଲା ବେଳେ ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବେ ଦଳର ସଦସ୍ୟ ରହିବା ସହ ମୁଖ୍ୟ ପ୍ରଶିକ୍ଷକ କୁମାର ସାଙ୍ଗାକାରାଙ୍କୁ ପ୍ରଭାବିତ କରିଥିଲେ। ‘‘ଜୁରେଲ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ବହୁତ ଖୁସି ଓ ଗର୍ବିତ’’ ବୋଲି କହିଛନ୍ତି ସାଙ୍ଗାକାରା। ‘‘ସଂଜୁ ଭାଇ (ରାଜସ୍ଥାନ ରୟାଲ୍ସ ଅଧିନାୟକ ସଂଜୁ ସାମସନ) ସର୍ବଦା କହନ୍ତି, ବେଶି ଭାବନି। ତୁମର ପ୍ରଥମ ଋତୁକୁ ଉପଭୋଗ କର। ତାଙ୍କର ଏହି କଥା ମତେ ଭରସା ଦେଇଥିଲା। ସେ ସବୁବେଳେ କହୁଥିଲେ, ତୁ ଯାହା କରୁଛୁ କରେ, ବାକି ମୁଁ ଦେଖିବି। ସେ ଓ ମ୍ୟାନେଜ୍ମେଣ୍ଟ ମୋ ଉପରେ ବହୁତ ଭରସା କରିଥିଲେ। ଜୋସ (ବଟଲର) ଭାଇଙ୍କ ସହ କଥାହୁଏ ଏବଂ ପଚାରେ ତୁମେ କେମିତି ପ୍ରସ୍ତୁତ ହୁଅ। ସେ ବୋଲରଙ୍କୁ କେମିତି ଆକ୍ରମଣ କରି ନିଜର ପାଳି ଗଢ଼ନ୍ତି କହିଥା’ନ୍ତି ଏବଂ ଏହାକୁ ସଂଗେ ସଂଗେ ଖାତାରେ ଲେଖିଥାଏ’’ ବୋଲି ଜୁରେଲ ପ୍ରକାଶ କରିଛନ୍ତି।
[ad_2]




