ଦେହ ଭଲ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡ଼ିହେଲେ ସୂର୍ଯ୍ୟକୁମାର ଯାଦବ – Kalinga News

[ad_1]
ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ୩ରୁ ୩ ମ୍ୟାଚରେ ପରାଜିତ ହୋଇ ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ତେବେ ଏହା ଭିତରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ।

Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟଙ୍କୁ ମୈଦାନରେ ଦେଖିବାକୁ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ଦଳରେ ଯୋଗ ଦେବା ପରେ ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍ ଆହୁରି ଶକ୍ତିଶାଳୀ ହୋଇଛି । ସୂର୍ଯ୍ୟଙ୍କ ଆଗମନ ସହ ଦଳର ଭାଗ୍ୟରେ ପରିବର୍ତ୍ତନ ଆସିବ ବୋଲି ମୁମ୍ବାଇ ଫ୍ୟାନ୍ ଆଶା ବାନ୍ଧି ବସିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି ଯେ, ‘‘ଯାହାଙ୍କର ଅପେକ୍ଷା ଥିଲା ସେ ଆସିସାରିଛନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ବ୍ୟାଟର ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ ଆହତ ହେବା ସହ ଗତ କିଛି ମାସ ହେବ ଜାତୀୟ କ୍ରିକେଟ ଏକାଡେମୀରେ ରିହାବରେ ରହିଥିଲେ । ଦୀର୍ଘ ଦିନ ଜାତୀୟ କ୍ରିକେଟ ଏକାଡେମୀରେ ରହିବା ପରେ ସୂର୍ଯ୍ୟକୁମାର ଯାଦବ ଏବେ ସମ୍ପୂର୍ଣ୍ଣ ଫିଟ୍।
ସୂର୍ଯ୍ୟ ଆଇପିଏଲର ପ୍ରଥମ କିଛି ମ୍ୟାଚ୍ ଖେଳିପାରିବେନି ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା। ତେବେ ସୂର୍ଯ୍ୟ ଫିଟ୍ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବାହିନୀ ଆହୁରି ଶକ୍ତିଶାଳୀ ହୋଇଛି। ସୂଯ୍ୟକୁମାର ଯାଦବ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିଥିବାର ନଜର ଆସିଥିଲେ ।
[ad_2]