କଙ୍ଗନା-ଗୋବିନ୍ଦାଙ୍କ ପରେ ରାଜନୀତିରେ ପ୍ରବେଶ କରିବେ କି କ୍ରିତି ? – Kalinga News

[ad_1]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ତାଙ୍କ ଚଳଚ୍ଚିତ୍ର ‘କ୍ରୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମଟି ଆଜି ରିଲିଜ୍ ହୋଇଥିବା ବେଳେ ଅଭିନେତ୍ରୀ ଏହାର ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏକ ପ୍ରଚାର କାର୍ଯ୍ୟକ୍ରମରେ ସେ ରାଜନୀତିରେ ଯୋଗଦେବା ପ୍ରଶ୍ନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଲୋକସଭା ନିର୍ବାଚନର ବିଗୁଲ ବାଜିବା ପରେ ଅନେକ ତାରକା ରାଜନୀତିରେ ପ୍ରବେଶ କରିସାରିଛନ୍ତି। ଗୁରୁବାର ଦିନ ଗୋବିନ୍ଦା ମଧ୍ୟ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଙ୍ଗନା ରାନାୱତ୍ ବିଜେପିରେ ଯୋଗ ଦେଇଥିଲେ, ଯାହା ପରେ ତାଙ୍କୁ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିଥିଲା। ଏଭଳି ପରିସ୍ଥିତିରେ ରାଜନୀତିରେ ଯୋଗ ଦେବା ନେଇ କ୍ରିତି ସାନନଙ୍କୁ ମଧ୍ୟ ତାଙ୍କ ମତାମତ ପଚରାଯାଇଥିଲା।
ଉତ୍ତରରେ ସେ କହିଥିଲେ ଯେ, ବର୍ତ୍ତମାନ ରାଜନୀତିରେ ଯୋଗ ଦେବା ନେଇ କୌଣସି ଯୋଜନା ନାହିଁ | କୌଣସି କାମ କରିବା ପାଇଁ ମନ ଭିତରୁ ଇଚ୍ଛା ନଆସିବା ପର୍ଯ୍ୟନ୍ତ ମୁଁ କିଛି ନୂଆ କରିବି ନାହିଁ।
[ad_2]