ମନୋରଞ୍ଜନ

ବାବା ବାଗେଶ୍ବରଙ୍କୁ ଛୋଟ ଭାଇ ଭଳି ଆଲିଙ୍ଗନ କରିବାକୁ ଚାହୁଥିଲି, କିନ୍ତୁ…: କଙ୍ଗନା – Kalinga News

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇବା ପରେ ସେ ଗୋଟାଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରି ୨୧ରେ ଅଯୋଧ୍ୟାରେ ପହଞ୍ଚିଥିଲେ। ସେଠାରେ ସେ ଅନେକ ଲୋକଙ୍କୁ ଭେଟିଥିବା ଦେଖାଯାଇଥିଲା। ଏବେ ସୋସିଆଲ ମିଡିଆରେ ସେ ଭେଟିଥିବା ସମସ୍ତ ଲୋକଙ୍କ ସହ ଫଟୋ ସେୟାର କରିଛନ୍ତି। ଅନ୍ୟମାନଙ୍କ ସହ କଙ୍ଗନା ଅଯୋଧ୍ୟାରେ ବାଗେଶ୍ୱର ବାବାଙ୍କୁ ଭେଟିଥିବା ସମୟର ଫଟୋ ସେୟାର କରିଥିବା ଦେଖାଯାଇଛି।

Kangana Ranaut Met Bageshwar Baba: बागेश्वर बाबा से मिलीं कंगना रनौत, बोलीं- 'मन किया छोटे भाई की तरह गले लगा लूं...

ଇନଷ୍ଟାରେ ଫଟୋ ସେୟାର କରି ସେ ଲେଖିଛନ୍ତି, ପ୍ରଥମ ଥର ପାଇଁ ମୁଁ ମୋଠାରୁ ବୟସରେ ସାନ ଗୁରୁଜୀଙ୍କୁ ଭେଟିଲି। ସେ ମୋଠାରୁ ପ୍ରାୟ ୧୦ବର୍ଷ ସାନ। ମୁଁ ତାଙ୍କୁ ସାନ ଭାଇ ପରି ଆଲିଙ୍ଗନ କରିବା ପାଇଁ ଚାହୁଥିଲି। କିନ୍ତୁ ତା’ପରେ ମୋର ମନେ ପଡିଲା ଯେ, ବୟସ ଅନୁଯାୟୀ ନୁହେଁ ନିଜ କର୍ମ ଅନୁଯାୟୀ ହିଁ ଜଣେ ଗୁରୁ ହୁଅନ୍ତି। ଏହା ପରେ ମୁଁ ଗୁରୁଜୀଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇଥିଲି। ଜୟ ବଜରଙ୍ଗବଲି।

ଏହା ପୂର୍ବରୁ ସେ କହିଥିଲେ, “ମୁଁ ମୋ ଭାବନାକୁ ଶବ୍ଦ ଦେଇ ପାରିବି ନାହିଁ। ମୁଁ ବହୁତ ଖୁସି। ଆରମ୍ଭରୁ ମୁଁ ପ୍ରଭୁ ଶ୍ରୀରାମ ଓ ରାମାୟଣର ଭକ୍ତ ରହି ଆସିଛି। ପୂର୍ବ ଜନ୍ମରେ ନିଶ୍ଚିତ ଭାବରେ ମୁଁ କିଛି ଭଲ କର୍ମ କରିଥିବି, ଯେଉଁଥିପାଇଁ ମୋତେ ଏହି ଦିନ ଦେଖିବାର ସୁଯୋଗ ମିଳିଛି। ଏହା ମୋର ସୌଭାଗ୍ୟ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button