ମନୋରଞ୍ଜନ

ହଜାର ହଜାର ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ମିଳିପାରୁ, ସେଥିପାଇଁ ଟ୍ରେନରେ ଭିକ ମାଗୁଥିଲେ ଏହି ପ୍ରୋଫେସର, ପଢନ୍ତୁ ପୁରା କାହାଣୀ

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ମୁମ୍ବାଇରେ ରହୁଥିବା ସନ୍ଦିପ ଦେସାଈ ଭଲ ଇଂସ୍ଟିଟ୍ଯୂଟରେ ପ୍ରୋଫେସର ପଦରେ ଥିବା ସତ୍ବେ ବି ସେ ଟ୍ରେନରେ ଭିକ ମାଗନ୍ତି । କହିବାକୁ ଗଲେ ଏହା ପଛରେ ଏକ ବଡ କାରଣ ଲୁଚି ଅଛି । ସନ୍ଦିପ ଏହା ଦ୍ଵାରା ଗରିବ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଚାହୁଁଥିଲେ । କହିବାକୁ ଗଲେ ଏହା କରିବା ସହଜ ନଥିଲା କିନ୍ତୁ ସେ କେବେ ବି ବି ହାର ମାନି ନାହାନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ କହିବୁ ।

ସନ୍ଦିପ ଦେସାଇ ଏକ ମରିନ ଇଞ୍ଜିନିୟର ରହି ସାରିଛନ୍ତି । ଏହା ପରେ ସେ ଏସପୀ ଜୈନ ଇଂସ୍ଟିଟ୍ଯୂଟ ଅଫ ମ୍ୟାନେଜମେଣ୍ଟ ଏଂଡ ରିସର୍ଚ ରେ ପ୍ରୋଫେସର ରୂପରେ କାମ କରିବାକୁ ଆରମ୍ଭ କରିଦେଲେ । ନିଜ ଚାକିରି ସମୟରେ ତାଙ୍କୁ ନିଜ କାମ ପାଇଁ ବହୁତ ଗ୍ରାମକୁ ବି ଯିବାକୁ ପଡିଥିଲା । ଏଠି ସେ ଗରିବ ଅଶିକ୍ଷିତ ପିଲାମାନଙ୍କୁ ଚାଷ ଜମିରେ କାମ କରୁଥିବାର ଦେଖିଲେ ତେବେ ତାଙ୍କୁ ବହୁତ ଦୁଖ ଲାଗୁଥିଲା । ଏହା ପରେ ସେ ଏହି ପିଲାମାନଙ୍କ ପାଇଁ କିଛି କରିବା ପାଇଁ ଇଛା କରିଲେ । ଯେଉଁ କାରଣରୁ ସେ ନିଜର ଚାକିରି ମଧ୍ୟ ଛାଡି ଦେଲେ ।

ବର୍ଷ ୨୦୦୧ରେ ସନ୍ଦିପ ‘ଶ୍ଲୋକ ପବ୍ଲିକ ଫାଉଂଡେଶନ’ ନାମକ ଏକ ଟ୍ରସ୍ଟ ଖୋଲିଥିଲେ । ଏହି ଟ୍ରସ୍ଟ ଗରିବ ପିଲାମାନଙ୍କୁ ଫ୍ରୀରେ ଏଜୁକେଶନ ଦେବାର କାମ କରିଥାଏ । ଏହା ପରେ ୨୦୦୫ରେ ସେ ମୁମ୍ବାଇର ଗୋରେଗାଂୱ ଈସ୍ଟରେ ଏକ ସ୍କୁଲ ନିର୍ମାଣ କରିଲେ । ସେ ଏଠି ବସ୍ତି ଅଞ୍ଚଳରେ ଯାଇ ପିଲାମାନଙ୍କୁ ନିଜ ସ୍କୁଲରେ ପଢିବା ପାଇଁ ପ୍ରେରିତ କରୁଥିଲେ । ଜଲ୍ଦି ହିଁ ତାଙ୍କ ସ୍କୁଲରେ ପିଲାମାନଙ୍କର ସଂଖ୍ୟା ୭୦୦ ହୋଇଗଲା ।

କିନ୍ତୁ ୨୦୦୯ରେ RTE ACT ଆସିବା ପରେ ସେ ସ୍କୁଲ ବନ୍ଦ କରିଦେଲେ । ଏହି ଏକ୍ଟ ଅନୁସାରେ ସମସ୍ତ ପ୍ରାଇବେଟ ସ୍କୁଲରେ ୨୫ % ସିଟ ଗରିବ ପିଲାମାନଙ୍କ ପାଇଁ ଆରକ୍ଷିତ ରଖିବା ବାଧ୍ୟତା ଥିଲା । ସେଥିପାଇଁ ସେ ନିଜ ଫାଉଣ୍ଡସନରେ ଜଡିତ ଥିବା ଅଧିକ ରୁ ଅଧିକ ପିଲାମାନଙ୍କୁ ଏହି ପ୍ରାଇବେଟ ସ୍କୂଲରେ ଏଡମିଶନ କରାଇଦେଲେ । ଏହା ପରେ ସେ ଏକ ଇଙ୍ଗ୍ଲିଶ ମୀଡିୟମ ସ୍କୂଲ ଖୋଲିବା ପାଇଁ ଚିନ୍ତା କରିଲେ । ଏଥିପାଇଁ ସେ ପାଖାପାଖି ୨୫୦ କର୍ପୋରେଟ୍ସଙ୍କର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କେହି ବି ସାହାର୍ଯ୍ୟ ପାଇଁ ଆଗକୁ ଆସିଲେ ନାହିଁ ।

ସ୍କୁଲ ଫନ୍ଡ ପାଇଁ ଟ୍ରେନରେ ମାଗିଲେ ଭିକ

ଯେତେବେଳେ କେହି ସାହାର୍ଯ୍ୟ କରିଲେ ନାହିଁ ସେତେବେଳ ସେ ନିଜର ଏକ ବନ୍ଧୁ ସହ ମୁମ୍ବାଇର ଲୋକାଲ ଟ୍ରେନରେ ଲୋକମାନଙ୍କ ଠାରୁ ସାହାର୍ଯ୍ୟ ମାଗିବାକୁ ଆରମ୍ଭ କରିଲେ । ଟ୍ରେନରେ ସେ ଲୋକମାନଙ୍କୁ ନିଜ ମିସନ ବିଷୟରେ କହି ତାଙ୍କୁ ଠାରୁ ସାହାର୍ଯ୍ୟ ମାଗିଲେ । ଏବଂ କହୁଥିଲେ କି “ବିଦ୍ୟା ଧନମ ଶ୍ରେଷ୍ଠମ ଧନମ” । ଜଲ୍ଦି ହିଁ ତାଙ୍କର ଏହି କାମ ମିଡିୟାଙ୍କର ନଜରରେ ଆସିଗଲା ଏବଂ ସେ ବହୁତ ଫେମସ ହୋଇଗଲେ । ବର୍ତ୍ତମାନ ସମସ୍ତ କାର୍ପୋରେଟ୍ସ କମ୍ପାନୀ ତାଙ୍କ ପାଖକୁ ଆସି ସାହାର୍ଯ୍ୟ ଦେଉଛନ୍ତି ।

ଏମିତି ଧୀରେ ଧୀରେ ସେ ୨୦୧୧ ରୁ ୨୦୧୬ ମଧ୍ୟରେ ପାଖାପାଖି ୪୦ ଲକ୍ଷ ଟଙ୍କା ଫନ୍ଡ ଏକାଠି କରିଥିଲେ । ଏତିକି ନୁହେଁ ଏହା ପରେ ବଲୀଉଡ ଅଭିନେତା ସଲମାନ ଖାନ ବି ସାହାର୍ଯ୍ୟ ପାଇଁ ଆଗକୁ ଆସିଥିଲେ । ମହାରଷ୍ଟ୍ରର ୟୱତମାଲରେ ପ୍ରସ୍ତୁତ ଏହି ସ୍କୁଲରେ ନା ହିଁ କେବଳ ପିଲାମାନଙ୍କୁ ମାଗଣାରେ ସ୍କୁଲରେ ଶିକ୍ଷା ଦିଆ ଯାଉଛି ଏହା ଛଡା ଫ୍ରୀରେ ପୋଷାକ ଏବଂ ବହି ବି ଦିଆ ଯାଉଛି । ସନ୍ଦୀପ ଦେସାଇଙ୍କର ଚିନ୍ତାଧାରା ଏବଂ ଏହି ଭଲ କାମକୁ ଆମେ ଶତ ଶତ ପ୍ରଣାମ କରୁଛୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button