ପତ୍ନୀଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି ଅଲ୍ଲୁ ଅର୍ଜୁନ – Kalinga News

[ad_1]
ମୁମ୍ବାଇ: ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ପ୍ରଶଂସା ଏବଂ ଭଲପାଇବା ସାଉଁଟୁଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଲ୍ଲୁ ଅର୍ଜୁନ ଏବେ ନିଜ ପତ୍ନୀଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସବୁ ଦମ୍ପତି ନିଜ ନିଜର ଜୀବନସାଥୀଙ୍କୁ ସ୍ନେହରେ କିଛି ନାମ ଦେଇଥାନ୍ତି। ଅଲ୍ଲୁ ଅର୍ଜୁନ ମଧ୍ୟ ପତ୍ନୀ ସ୍ନେହା ରେଡ୍ଡୀଙ୍କୁ ସ୍ନେହରେ ଏକ ଅଲଗା ନାମରେ ଡାକନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏବିଷୟରେ ୨୦୨୨ରେ ଖୁଲାସା କରିଥିଲେ ସ୍ନେହା। ଡିସେମ୍ବର ୨୪, ୨୦୨୨ରେ ‘ଆସ୍କ ମି ଏନିଥିଙ୍ଗ ସେସନ’ କରି ସ୍ନେହା ରେଡ୍ଡୀ ତାଙ୍କ ଫଲୋୟର୍ସମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଯେତେବେଳେ ସ୍ୱାମୀ ଅଲୁ ଅର୍ଜୁନ ତାଙ୍କୁ କେଉଁ ନାମରେ ଡାକନ୍ତି ବୋଲି ପ୍ରଶଂସକ ପଚାରିଥିଲେ, ଉତ୍ତରରେ ସେ ଲେଖିଥିଲେ “କ୍ୟୁଟି”।
ତେବେ ଯଦି ଆମେ ଅଭିନେତାଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତାହେଲେ ଅଲ୍ଲୁ ଏବେ ୪୬୦କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ବାର୍ଷିକ ଆୟ ୯୦କୋଟି ଟଙ୍କା ହୋଇଥିବା ବେଳେ ପ୍ରତି ଚଳଚ୍ଚିତ୍ର ପାଇଁ ସେ ୬୫କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି, ଯାହା ଏବେ ୧୦୦କୋଟିକୁ ବଢ଼ିଥିବା କୁହାଯାଉଛି। ୧୨ଟି ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସାଡର ଥିବା ବେଳେ ବ୍ରାଣ୍ଡର ପ୍ରତିଟି ପ୍ରମୋସନ ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ଅଲ୍ଲୁ। ଏହା ବ୍ୟତୀତ ହାଇଦ୍ରାବାଦରେ ୧୫୦୦୦ ସ୍କୋୟାର ଫିଟରେ ତାଙ୍କର ଏକ ବଡ଼ ଘର ରହିଛି, ଯାହାର ମୂଲ୍ୟ ୪୦କୋଟି। ଏହା ସହ ସେ ହାଇଦ୍ରାବାଦରେ ଓ ହାଇଦ୍ରାବାଦ ପାଖାପାଖି ୬୦କୋଟି ଟଙ୍କାର ଜମି କିଣିଛନ୍ତି।
ତାଙ୍କ ପାଖରେ ବିଭିନ୍ନ ଦାମୀ କାର୍ ରହିଥିବା ବେଳେ ୭କୋଟି ଟଙ୍କାର ଏକ ଭ୍ୟାନିଟି ଭ୍ୟାନ୍ ରହିଛି। କାର୍ ସହ ଏକ ପ୍ରାଇଭେଟ ଜେଟର ମାଲିକ ଅଟନ୍ତି ଅଲ୍ଲୁ। ତାଙ୍କ ପାଖରେ ୮୦କୋଟି ଟଙ୍କାର ପ୍ରାଇଭେଟ ଜେଟ ରହିଛି, ଯାହାକୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ରଖାଯାଇଛି। ବାହାରକୁ ଯିବାର ଥିବା ବେଳେ ଅଲ୍ଲୁ ଏହି ବିମାନରେ ପରିବାର ସହ ଯାତ୍ରା କରନ୍ତି।
[ad_2]