ଆସାମରେ ପଦଯାତ୍ରା ପାଇଁ ରାହୁଲ ଗାନ୍ଧିଙ୍କୁ ଅନୁମତି ମିଳିଲାନି – Kalinga News

[ad_1]
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ଆସାମରେ ପଦଯାତ୍ରା ପାଇଁ ଅନୁମତି ମିଳିଲାନି। ରାହୁଲ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଆସାମର ମୋରିଗାଓଁ ଜିଲ୍ଲା ଦେଇ ଯାଉଥିବା ବେଳେ ତାଙ୍କୁ କୌଣସି ସଭା କିମ୍ବା ପଦଯାତ୍ରା କରିବାକୁ ବାରଣ କରାଯାଇଛି। ମୋରିଗାଓଁ ଜିଲ୍ଲା ସ୍ଥିତ ମହାପୁରୁଷ ଶଙ୍କରଦେବଙ୍କ ଜନ୍ମପୀଠକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳିନାହିଁ। ଅଯୋଧ୍ୟାରେ ରାମମନ୍ଦିରର ‘ପ୍ରାଣପ୍ରତିଷ୍ଠା’ ଥିବାବେଳେ ‘ଶାନ୍ତି ଓ ସଦ୍ଭାବ’ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସୂଚନା ମିଳିବାପରେ ରାହୁଲ ଗାନ୍ଧିଙ୍କୁ ତାଙ୍କ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇ ନଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜିଲ୍ଲା ଅଧିକାରୀମାନେ ଦାବି କରିଛନ୍ତି ଯେ, ଆସାମରେ ରାହୁଲ ଗାନ୍ଧିଙ୍କ ଯାତ୍ରା ଏବଂ ଉତ୍ତରପ୍ରଦେଶରେ ରାମମନ୍ଦିର ପ୍ରତିଷ୍ଠା, ଏହିପରି ଗୋଟିଏ ଦିନରେ ଦୁଇଟି ପ୍ରମୁଖ ଘଟଣାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହୋଇପାରନ୍ତି। ଜିଲ୍ଲା କର୍ତ୍ତୃପକ୍ଷ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ସୁରକ୍ଷା ଏବଂ ଯେକୌଣସି ସମ୍ଭାବ୍ୟ ଆଇନଶୃଙ୍ଖଳା ବିଭ୍ରାଟକୁ ଏଡ଼ାଇବା ଆମର ଦାୟିତ୍ୱ। ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପ୍ରବେଶ କରିବା ପରଠାରୁ ଆସାମ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ମଧ୍ୟରେ ତୀବ୍ର ମତଭେଦ ଦେଖାଦେଇଛି। କଂଗ୍ରେସ ରାମମନ୍ଦିର କାର୍ଯ୍ୟକ୍ରମକୁ ବିଜେପି ଦ୍ୱାରା ପରିଚାଳିତ ଏକ ‘ରାଜନୈତିକ କାର୍ଯ୍ୟକ୍ରମ’ ବୋଲି କହି ସମାଲୋଚନା କରିଛନ୍ତି
[ad_2]