ଦେଶ- ବିଦେଶ

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ଦିଲ୍ଲୀ ପୁଲିସକୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ନିଷିଦ୍ଧ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି। ବାଣ ନିଷିଦ୍ଧ ନିର୍ଦ୍ଦେଶ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀରେ ବାଣ ନିଷିଦ୍ଧ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆପ୍ ସରକାର ଏବଂ ଦିଲ୍ଲୀ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆସନ୍ତାବର୍ଷ ବାଣ ନିଷିଦ୍ଧ ନିର୍ଦ୍ଦେଶକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମ୍ଭାବ୍ୟ ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରି ସପ୍ତାହକ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପରଦିନ ସକାଳେ ତଥା ନଭେମ୍ବର ୧ରେ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ହୋଇଥିଲା। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସେଦିନ ବାୟୁର ମାନ ଅତି ସାଂଘାତିକ ସ୍ତରକୁ ଟପିଯାଇଥିଲା। ଏକ ରିପୋର୍ଟକୁ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀରେ ଚଳିତବର୍ଷ ପ୍ରଦୂଷଣ ସ୍ତର ସବୁଠାରୁ ଅଧିକ ରହିଛି। ଦିଲ୍ଲୀରେ ବାଣ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଣ ନିଷିଦ୍ଧ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନି

ଦିଲ୍ଲୀ ପୁଲିସକୁ ନୋଟିସ୍

ଦୁଇ ରାଜ୍ୟକୁ ମାଗିଲେ ୧୦ ବର୍ଷର ନଡ଼ାପୋଡ଼ି ରିପୋର୍ଟ

ଏହି ସମାନ ରିପୋର୍ଟକୁ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି, ଦୀପାବଳି ସମୟରେ ନଡ଼ାପାଳ ଜାଳିବା ବି ବୃଦ୍ଧି ପାଉଛି। ଗତ ୧୦ ବର୍ଷ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ କେତେ ନଡ଼ାପାଳ ଜଳାଯାଇଛି ତା’ର ବିସ୍ତୃତ ବିବରଣୀ ଏକ ସତ୍ୟପାଠରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏହି ଦୁଇ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ସମାନ ସମୟରେ ଦିଲ୍ଲୀ ସୀମାରେ ନଡ଼ା ପାଳ ଜଳାଯାଇଛି କି ନାହିଁ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ୍ ମସିହ କହିଛନ୍ତି, ସେମାନେ ଅନ୍ୟ ପ୍ରଦୂଷଣ ସୃଷ୍ଟିକାରୀ କାରଣକୁ ବି ବିଚାରକୁ ନେବେ। ପରିବହନ ପ୍ରଦୂଷଣ, ଦିଲ୍ଲୀକୁ ଭାରୀଯାନ ପ୍ରବେଶ ଦ୍ବାରା ହେଉଥିବା ପ୍ରଦୂଷଣ ଏବଂ ଶିଳ୍ପ ପ୍ରଦୂଷଣକୁ ବିଚାରକୁ ନିଆଯିବ ବୋଲି କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖରେ ହେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button