ଖେଳ ଖବର

ପ୍ୟାରିସ୍‌ ପ୍ରସ୍ତୁତି: କଳିଙ୍ଗରେ କି‌ଶୋରଙ୍କୁ ଶାଣିତ କରୁଛନ୍ତି ମଲ୍ଲୀ – Kalinga News

[ad_1]

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ରେ ଓଡ଼ିଶାର ଜାଭେଲିନ୍‌ ତାରକା କିଶୋର କୁମାର ଜେନାଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍‌ ପୂର୍ବରୁ ଶାଣିତ କରୁଛନ୍ତି ପ୍ରଶିକ୍ଷକ ସମରଜିତ୍‌ ମଲ୍ଲୀ। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ପଞ୍ଚମ ଏବଂ ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିବା ପରେ କିଶୋର ବିଶ୍ବରେ ଜଣେ ପରିଚିତ ଚେହେରା ପାଲଟି ଯାଇଛନ୍ତି। ଏହି ସଫଳତା ‌ଯୋଗୁଁ ସେ ଅଲିମ୍ପିକ୍ସରେ ଭାରତ ପାଇଁ ସଫଳତା ଆଣିବେ ବୋଲି ମଲ୍ଲୀ ଆଶା ରଖିଛନ୍ତି। କିଶୋରଙ୍କ ଅଭ୍ୟାସକୁ ନେଇ ମଲ୍ଲୀ କହିଛନ୍ତି ‌ଯେ ‘‘କିଶୋର ବିଶ୍ବ ଦୌଡ଼କୁଦରେ ପଞ୍ଚମ ଏବଂ ଏସୀୟ କ୍ରୀଡ଼ା ରୌପ୍ୟ ପାଇବାରୁ ଦେଶ ତାଙ୍କଠୁ ଅଲିମ୍ପିକ୍‌ ସଫଳତା ଚାହୁଛି। ସେ ଆମର ପଦକ ଅଶାୟୀଙ୍କ ମଧ୍ୟରେ ଜଣେ। ‌ତାଙ୍କ ପ୍ରସ୍ତୁତିରେ ଯେପରି ଅସୁବିଧା ହେବନି ତାହାକୁ ନଜରରେ ରଖିଛୁ। ଲଗାତାର ଭାବେ ଆମ ଲକ୍ଷ୍ୟରେ ଉନ୍ନତି କରୁଛୁ। କିଶୋର ୭୬ ମିଟରରୁ ବଢ଼ି ୮୭.୫ରେ ପହଞ୍ଚିଲେଣି। ଏହି ଅଗ୍ରଗତି ତାଙ୍କର କଠିନ ପରିଶ୍ରମ ଏବଂ ଆମର ପ୍ରଶିକ୍ଷଣ ବ୍ୟବସ୍ଥା ଯୋଗୁ ସମ୍ଭବ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଥିବା ସୁବିଧା ବହୁତ ଭଲ। ସୁପର କପ୍‌ ଫୁଟ୍‌ବଲ୍‌ ସଂପ୍ରତି ଚାଲିଛି। ତେଣୁ ଏଠାକାର ପରିବେଶ ସ୍ବତନ୍ତ୍ର ଥିବାରୁ କିଶୋରଙ୍କ ନିଷ୍ଠା ଓ ପ୍ରତିବଦ୍ଧତାକୁ ଦୃଢ଼ କରୁଛି। କଳିଙ୍ଗରେ ଅଭ୍ୟାସ ପରେ କିଶୋର ଅଧିକ ପ୍ରଶିକ୍ଷଣ ଲାଗି ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଗସ୍ତ କରିବେ। ଏଥିପାଇଁ ଓଡ଼ିଶା ସରକାର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ରିଲାଏନ୍ସର ସହଯୋଗ ରହୁଛି। ଏମାନଙ୍କ ସହଯୋଗ ଲାଗି ଧନ୍ୟବାଦ ଏବଂ ଆମେ ବିଶ୍ବସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ’’।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button